ଓଡିଶା ଖବର

ଅଣ ଜଳସେଚିତ କ୍ରିୟାନୁଷ୍ଠାନ କମିଟିର ଜରୁରୀକାଳୀନ ବୈଠକ

(AKN NEWS): ଅଣଜଳସେଚିତ କ୍ରିୟାନୁକମିଟିର ଏକ ଜରୁରୀକାଳୀନ ବୈଠକ ଖଡ଼ିଆଳ ବ୍ଳକ ଝିତ୍ରିଢୋଢ଼ା ସ୍ଥିତ ଆମ୍ବତୋଟା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଖଡିଆଳ ବ୍ଲକ ସନ ମହେଶ୍ୱର ଗ୍ରାମ ପଂଚାୟତ ର ଝୋଲପଥର, ସାନ ମହେଶ୍ୱର, ବଡ଼ ମହେଶ୍ଵର, ସୁନାମୁଦି, ଦେଓବାହାଲ ବରଗାଁ ଗ୍ରାମ ପଂଚାୟତ ର ବେନ୍ଦ୍ରାବାହାଲ, ଡୁମେରବାହାଲ, ପୋଡାପାଲି ଚନାବେଡ଼ା ଗ୍ରାମ ପଂଚାୟତ ର ରୁହେନପଦର, ଭୋଜପୁର ଗ୍ରାମ ପଂଚାୟତ ର ଭୋଜପୁର, ଭାଲୁଡଙ୍ଗରି, ଝିତ୍ରିଢୋଢ଼ା ସମେତ କୋମନା ବ୍ଲକ ପେଣ୍ଡରାବନ ଗ୍ରାମ ପଂଚାୟତ ର ପଲସିପାଣି, ଧରମ ସାଗର, ଚାନ୍ଦୋପଲା ଗ୍ରାମ ର ଶହ ଶହ ଚାଷୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ପ୍ରସଂଗରେ ଆଲୋଚନା ହୋଇଥିଲା। ସେହି ପ୍ରସଙ୍ଗ ରୁ ତିଖାଲି ଡେମ୍ ରୁ ଜଳସେଚନ କାର୍ଯ୍ୟ ତ୍ୱରାନ୍ୱିତ ନହେଲେ ଆଗାମୀ ନିର୍ବାଚନ ରେ ଏହି ସବୁ ଗ୍ରାମ ଗୁଡ଼ିକ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇ ଜିଲ୍ଲାପାଳ ଙ୍କୁ ଏକ ଲଖିତ ପତ୍ର ପ୍ରଦାନ କରାଯାଇଛି। ସମସ୍ତ ଗ୍ରାମ ରୁ ସ୍ୱାକ୍ଷର ହେବା ପରେ ଚଳିତ ସପ୍ତାହ ରେ ଦିଆଯିବା ପାଇଁ ସ୍ଥିର କରାଗଲା।କାର୍ଯ୍ୟକ୍ରମରେ ଡାକ୍ତର ସିଦ୍ଧାର୍ଥ ଶଙ୍କର ମହାପତ୍ର, ରାଜେନ୍ଦ୍ର ପ୍ରସାଦ ମହାପତ୍ର, ଗୌତମ ମୁଣ୍ଡ, ଜଗତରାମ ଶବର ପ୍ରମୂଖ ସାମିଲ ହୋଇଥିଲେ ।

ଓମ ପ୍ରକାଶ ଚୌଧୁରୀ AKN NEWS 

 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!