କାଣ୍ଡେତରା ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

(AKN NEWS): ନୂଆପଡା ଜିଲ୍ଲା କୋମନା ବ୍ଳକ କାଣ୍ଡେତରା ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ମଦନ ସୁନ୍ଦର ହୋତା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୂଆପଡା ଜିଲ୍ଲା ଡିଭିଓ ଦୀପ୍ତିମନ୍ତ ଭୋଇ ନୂଆପଡା ଜିଲ୍ଲା ଡିଆଇ (ଏସଏସଡି)ଉଦୟ ସିଂ ମାଝୀ, ସମ୍ମାନିତ ଅତିଥି ଭାବେ କାଣ୍ଡେତରା ହାଇସ୍କୁଲର ପ୍ରଧାନ ଶିକ୍ଷକ ଜୀବନାନନ୍ଦ ଆଚାର୍ଯ୍ୟ, ଗଣ୍ଡାମେର ସିଆରସିସି ସନ୍ତୋଷ ବାଗ, କାଣ୍ଡେତରା ସରପଞ୍ଚ କଲ୍ୟାଣି ଦାସ, ପରିଚାଳନା କମିଟିର ସଭାପତି ସିରାଜ ଖାନ, ଏସଏସଡି ଶିକ୍ଷକ ସଂଘର ଜିଲ୍ଲା ସଭାପତି ଶୁଶୀଳ କୁମାର ପତି, ନୂଆପଡା ଜିଲ୍ଲା ଦିଡବ୍ଲୁଓ କାର୍ଯ୍ୟାଳୟର ଏସଓଏସ ଦିନେଶ ବିଶ୍ୱାଳ ,ସନ୍ତୋଷ କୁମାର ହୋତା, ଶ୍ୟାମ ଦଣ୍ଡସେନା, ଧନିକର ଜଗତ, ତେଜୁରାମ ତାଣ୍ଡି ମଞ୍ଚ ଆସିନ ଥିବା ବେଳେ ଶିକ୍ଷକ ସୋମନାଥ ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଏଥିରେ ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଉତ୍ତୀର୍ଣ୍ଣ ହୋଇ ଥିବା କୃତି ପ୍ରତୀଯୋଗୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ମେଟ୍ରନ ସରୋଜିନୀ ବନଛୋରଙ୍କୁ ତାଙ୍କର କର୍ମ ଦକ୍ଷତା ପାଇଁ ଏମ୍ପ୍ଲଇ ଅଫ ଦିସ ଇୟର ଭାବେ ସମ୍ମାନିତ କରାଯାଇଥିଲା । ଶିକ୍ଷକ ହିମାଂଶୁ ବିଶ୍ୱାଳ,ଲଳିତ ବାଗ,ଭରତ ଶବର ଏବଂ ଶିକ୍ଷୟତ୍ରୀ ମୁର୍ସିଜା ଖାନ ସମେତ ସମସ୍ତ ପରିଚାଳନା କମିଟିର ସଦସ୍ୟ ଅଭିଭାବକ ଅଭିଭାବିକା ଓ ଗ୍ରାମବାସୀ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।
ଓମ ପ୍ରକାଶ ଚୌଧୁରୀ AKN NEWS


