ଓଡିଶା ଖବର

ଅପ୍ରେଲ ୧ ରୁ ୧୪ ପର୍ଯ୍ୟନ୍ତ ପାଳନ ହେବ ଓଡ଼ିଆ ପକ୍ଷ

ପୁରୀ ୩୧/୩(AKN NEWS): ଅପ୍ରେଲ ୧ ରୁ ୧୪ ପର୍ଯ୍ୟନ୍ତ ପୁରୀ ଜିଲ୍ଲାରେ ଜିଲ୍ଲା ସ୍ତର ଠାରୁ ବ୍ଲକ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯିବା ନିମେନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଓଡିଶା ଦିବସ ଠାରୁ ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ଏହି ପକ୍ଷ ପାଳିତ ହେବ।ତେଣୁ ପ୍ରତ୍ୟେକ ବିଭାଗ ଏହି ପକ୍ଷ ପାଳନରେ ସେମାନଙ୍କ ବିଭାଗକୁ ସାମିଲ ପାଇଁ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ପରାମର୍ଶ ଦେଇଛନ୍ତି।ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭୋଇ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ଅନୁଷ୍ଠିତ ହୋଇଥିଲା।ଅପ୍ରେଲ ୧ରୁ ୧୪ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ ପାଇଁ ସରକାରଙ୍କ ପରାମର୍ଶ ରହିଥିବାରୁ ଏହାକୁ ବିଭିନ୍ନ ବିଭାଗ ଉଲ୍ଲାସ ଓ ଉଦ୍ଦୀପନାର ସହ ପାଳନ କରିବାକୁ ଶ୍ରୀ ଭୋଇ ଅନୁରୋଧ କରିଥିଲେ।କାର୍ଯ୍ୟସୂଚୀ ଅନୁସାରେ ଅପ୍ରେଲ ୧ ତାରିଖ ଓଡ଼ିଆ ଦିବସ,୨ରେ ଖଡିଛୁଆଁ ଦିବସ,୩ ରେ ପାରମ୍ପରିକ ପୋଷାକ ପରିଧାନ ଦିବସ ଆମ ପୋଷାକ ଆମ ପରିଚୟ,,୪ରେ ଓଡ଼ିଆ ରେ ନାମ ଫଳକ ଅଭିଯାନ- ସଚେତନତା ପଦଯାତ୍ରା,୫ରେ ଐତିହ୍ୟ ଗଣ ଦୌଡ, ୬ରେ ଦେବାଳୟ ଓଐତିହ୍ୟ ସ୍ଥଳୀ ଗୁଡିକର ସ୍ବଛତା ଅଭିଯାନ,୭ରେ ବର୍ଣ୍ଣ ବୋଧ ବଣ୍ଟନ-ବର୍ଣ୍ଣ ବୋଧ ଉତ୍ସବ,୮ରେ ରକ୍ତଦାନ ଦିବସ,୯ରେ ଆସ ବହିଟିଏ କିଣିବା,୧୦ରେ ଲୋକ କଳା ପାଇଁ ଦିନଟିଏ,ବରିଷ୍ଠ କଳାକାର ଙ୍କୁ ସମ୍ବର୍ଦ୍ଧନା ଓ କଳାଗ୍ରାମ ପରିଦର୍ଶନ,୧୧ରେ ଯୁବ ଲେଖକ ସମ୍ମିଳନୀ,୧୨ରେ ଓଡ଼ିଶାର ବରପୁତ୍ର ମାନଙ୍କ ଉପରେ ଆଲୋଚନା, ୧୩ରେ ପାରମ୍ପରିକ ଖାଦ୍ୟ ଦିବସ ପାଳନ-ଆମ ରୁଚି ଆମ ଖାଦ୍ୟ,୧୪ରେ ଓଡ଼ିଆ ନବବର୍ଷ ପାଳନ,ହୁଳହୁଳି, ଝୋଟି, ଚିତା, ମୁରୁଜ, ପିଠା, ପଣା ପ୍ରତିଯୋଗିତା ଆୟୋଜିତ ହେବ।ଉପସ୍ଥିତ ଅଧିକାରୀ ମାନେ ସେମାନଙ୍କ ସୁଚିନ୍ତିତ ମତାମତ ପ୍ରଦାନ କରି ଓଡ଼ିଆ ପକ୍ଷ କୁ ଆନନ୍ଦ ଉଲ୍ଲାସ ଓ ଧୁମଧାମରେ ପାଳନ ପାଇଁ ମତ ରଖି ଥିଲେ।ଏହି ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ, ଡେପୁଟି କଲେକ୍ଟର ମନୀଷା ଷଡ଼ଙ୍ଗୀ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଉପ ନିର୍ଦେଶକ ହସ୍ତତନ୍ତ୍ର ଉମାପତି ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ସମସ୍ତ ସହରାଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହିତ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ। ଲୋକ ମାନେ ନିଜେ ନିଜେ ସ୍ଵେଚ୍ଛାକୃତ ଭାବେ ମଧ୍ଯ ଏହି ଦିବସକୁ ନିଜ ସ୍ତରରେ ପାଳନ ନିମନ୍ତେ ଅପିଲ କରାଯାଇଛି l

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!