ଓଡିଶା ଖବର

ଶିରା ବାହାଳ ଠାରେ ଦେଓଗାଁ କେନ୍ଦୁପତ୍ର ରେଞ୍ଜ ସ୍ତରୀୟ ବୈଠକ ଅନୁଷ୍ଠିତ 

(AKN NEWS): ଟିଟିଲାଗଡ ଡିଭିଜନ ଅନ୍ତର୍ଗତ ଦେଓଗାଁ ରେଞ୍ଜ ଅଧିନସ୍ଥ ଶିରାବାହାଳ ଠାରେ କେନ୍ଦୁପତ୍ର ଡିଭିଜନ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି ,ଉକ୍ତ କାର୍ଯ୍ୟକ୍ରମ ଟିଟିଲାଗଡ ଡିଭିଜନ ଉପଦେଷ୍ଟା ଶୁରେଶ ମହାନନ୍ଦ, ସମ୍ପାଦକ ଛବିଳ ସିଂ ଚିଣ୍ଡା ,ଦେଓଗାଁ ରେଞ୍ଜ ସଭାପତି ବଞ୍ଛାନିଧି ପଧାନ ,ସଇଁନ୍ତଳା ରେଞ୍ଜ ସଭାପତି ପ୍ରଶାନ୍ତ କୁମାର ମେହେର,ଦେଓଗାଁ ରେଞ୍ଜ ସମ୍ପାଦକ ମହାବୀର ପଧାନ ଓ ସମସ୍ତ ସିଜିନାଳ କର୍ମଚାରୀ ଉପସ୍ଥିତ ଥିଲେ , ଆଗାମୀ କେନ୍ଦୁପତ୍ର କିପରି ଠିକ ଭାବେ ଉତ୍ପାଦନ ହେବ ସେ ବିଷୟ ପ୍ରତି ଆଲୋଚନା କରାଯାଇ ଥିଲା, ଏବଂ ଟିଟିଲାଗଡ ଡିଭିଜନ ର ସମସ୍ତ ଫଡି ଗୁଡିକ ରେ ଡିଏସ୍ କାର୍ଯ୍ୟ ରେ ଉପଯୁକ୍ତ ପ୍ରାପ୍ଯ ପାଇବା ନେଇ ଆଲୋଚନା ହେବା ସହ କେଉଁ ଫଡି ରେ ୩୫୦ ରୁ ୫୫୦ ଦେଉଥିଲେ କିନ୍ତୁ ଚଳିତ ବର୍ଷ ସରକାର ର ନିୟମ ମୁତାବକ ସମସ୍ତ ପ୍ରାପ୍ଯ ଯାହାକି ୧୩୨୦ ଟଙ୍କା ଦେବା କୁ ସରକାର କୁ ଅନୁରୋଧ କରିଥିଲେ ,ଗତ ବର୍ଷ ର ସମ୍ପୂର୍ଣ୍ଣ ଦରମା ନପାଇ ବାରୁ ଟିଟିଲାଗଡ ଡିଭିଜନ ର ସମସ୍ତ କେନ୍ଦୁପତ୍ର ସିଜିନାଳ କର୍ମଚାରୀ ଅସନ୍ତୋଷ ପ୍ରକାଶ କରିଥିଲେ ତେଣୁ ଚଳିତ ବର୍ଷ ର ସମସ୍ତ ଦରମା ଉପଯୁକ୍ତ ଡିଏସ୍ ନ ଦେଲେ ସମସ୍ତ କାର୍ଯ୍ଯ ବନ୍ଦ ଆନ୍ଦୋଳନ କରାଯିବ ବୋଳି ମତ ପ୍ରକାଶ କରିଥିଲେ ,ବିଜୟ କୁମାର କୁମାର ସାହୁ,ରାଜେନ୍ଦ୍ର ସ୍ବାଇଁ, ବୀରକିଶୋର ବିଶ୍ବାଳ, ରୁଦ୍ରମଣି ଭୋଇ, ସୁଜିତ ତ୍ରିପାଠୀ ,ଉମେଶ ଚନ୍ଦ୍ର ସାହୁ ,ଭାଗବତୀୟା ସ୍ବାଇଁ, ଗଣନାଥ ମାଝୀ,ବିନାୟକ ସେଠ ଓ ସମସ୍ତ କେନ୍ଦୁପତ୍ର ସିଜିନାଳ କର୍ମଚାରୀ |

ବଲାଙ୍ଗିର ଜିଲ୍ଲା ସଇଁତଲା ରୁ ଅଶ୍ୱିନୀ ସାହୁ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!