ଓଡିଶା ଖବର

ଐତିହ୍ୟ ସଂସ୍କୃତି ଓ ପରମ୍ପରା କୁ ଉଜ୍ଜୀବିତ କରି ରଖିବା ପାଇଁ ପାଞ୍ଚ ପଞ୍ଚାୟତ ଆନୁକୁଲ୍ୟରେ ପାରିକୁଦ ମହୋତ୍ସବ ମେଳଣ ଯାତ୍ରା ଦୁଇଦିନ ଧରି ମହାସମାରୋହରେ ପାଳନ

(AKN NEWS): ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ ବାଲିଗୋଠ ଅଲଣ୍ଡା ପାଟଣା ଠାରେ ଐତିହ୍ୟ ସଂସ୍କୃତି ଓ ପରମ୍ପରା କୁ ଉଜ୍ଜୀବିତ କରି ରଖିବା ପାଇଁ ପାଞ୍ଚ ପଞ୍ଚାୟତ ଆନୁକୁଲ୍ୟରେ ପାରିକୁଦ ମହୋତ୍ସବ ମେଳଣ ଯାତ୍ରା ଦୁଇଦିନ ଧରି ମହାସମାରୋହରେ ପାଳନ ହୋଇଯାଇଛି । ଏବଂ ଅଲଣ୍ଡା ଗ୍ରାମର ମୁଖ୍ୟ ପିଠାଧିଶ ଶ୍ରୀ ଶ୍ରୀ ଦଧିବାମନ ଦେବଙ୍କ ନେତୃତ୍ୱ କ୍ରମେ ପାରିକୁଦ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଷୋଳ ଠାକୁର ପାଟ ପଟୁଆର ସହିତ ସୁସଜ୍ଜିତ ବିମାନରେ ଆସି ପୂଜା ମଣ୍ଡପରେ ବିଦ୍ୟମାନ ହୋଇଥିଲେ । ଏବଂ ଯଥା ବିଧି ପୂଜା ଅନୁଷ୍ଠିତ ହୋଇଥିଲା ଏବଂ ଅନେକ ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରାୟ ଦଶ ହଜାର ଭକ୍ତଙ୍କ ପାଇଁ

ଅର୍ଣ୍ଣ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା ।ଉକ୍ତ ଉତ୍ସବକୁ ପାଞ୍ଚ ପଞ୍ଚାୟତ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ପଟ୍ଟନାୟକ, ଓ ସମ୍ପାଦକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଳେଇ ଏବଂ କାର୍ଯ୍ୟକାରୀ ସଭାପତି ଦୀନବନ୍ଧୁ ଜେନାଙ୍କ ସମେତ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୂପେ ସଂପାଦନ କରିଥିଲେ ।

କୃଷ୍ଣ ପ୍ରସାଦ ବ୍ଲକ ମନୋଜ କୁମାର ବାରିକ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!