ଓଡିଶା ଖବର

ଆଇନ ସଚେତନତା ଶିବିର ଅନୁଷ୍ଠିତ

ପୁରୀ ୧୧/୨(AKN NEWS): ଆମ ରାଷ୍ଟ୍ର ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ପରିଚିତ।ଆଇନ ଆମ ସମସ୍ତ ଙ୍କ ପାଇଁ ସମାନ।ତେବେ ଅନେକ ସମୟରେ କାର୍ଯ୍ୟ କରୁଥିବା ବେଳେ ଆଇନ ସମ୍ପର୍କରେ ଧାରଣା ଅଭାବ ରୁ ଅସୁବିଧା ଦେଖା ଦେଇଥାଏ।ତେଣୁ ଆଇନ କୁ ସଠିକ ଭାବେ ବୁଝିବା ସହ ଉପଯୁକ୍ତ ଉପଯୋଗ ପାଇଁ ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି ମତ ଦେଇଛନ୍ତି।ଆଜି ପୂର୍ବାହ୍ନରେ ଟାଉନ ହଲ ଠାରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ପୁରୀ ସଦର ବ୍ଲକ ସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା।ଏହାକୁ ଉଦଘାଟନ କରି ଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧାୟକ ଶ୍ରୀ ମହାନ୍ତି ଶିଶୁ ଠାରୁ ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତ ଙ୍କ ପାଇଁ ଆଇନ ରେ ବ୍ୟବସ୍ଥା ରହିଛି।ଶିଶୁ ଓ ମହିଳା ମାନେ ସମାଜ ର ସମ୍ବେଦନଶୀଳ ଗୋଷ୍ଠୀ ହିସାବରେ ପରିଚିତ।ସେମାନେ ଶିକାର ହେଉଥିବା ଘଟଣାବଳୀକୁ ଅନୁଧ୍ୟାନ ସହ ଯେପରି ସେମାନଙ୍କୁ ଉପଯୁକ୍ତ ସୁରକ୍ଷା ଓ ସତର୍କ କରାଯାଇ ପାରିବ ସେ ସମ୍ପର୍କରେ ପ୍ରତ୍ୟେକ ସଚେତନ ହେବାକୁ ସେ ପରାମର୍ଶ ଦେଇଥିଲେ।

ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଜାଣିଲେ ଜିଣିବା ଭଳି ଆମେ ପ୍ରତ୍ୟେକ ଆଇନ ସମ୍ପର୍କରେ ସଚେତନ ହୋଇ ପଦକ୍ଷେପ ନେଲେ ଏକ ସୁସ୍ଥ ଓ ଶୃଙ୍ଖଳିତ ସମାଜ ଗଠନ ହୋଇ ପାରିବ ବୋଲି ମତ ଦେବା ସହ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ସହ ସଚେତନ ହେବାକୁ ଆହ୍ୱାନ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଏଡିଏମଓ ଡା ବିନୋଦ ବିହାରୀ ରଥ,ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଆକ୍ସନ ଏଡର ଜିଲ୍ଲା ସଂଯୋଜକ ରଞ୍ଜିତା ଦାସ, ପ୍ରୋଗ୍ରାମ ଅଫିସର ଚନ୍ଦ୍ର ପ୍ରଭା ଦେଇ,ସୁହାଗୀ ହେମ୍ରମ,ସଦର ସିଡିପିଓ ଗୀତାଞ୍ଜଳି ନାୟକ, ମୁନିସିପାଲ୍ଟି ସିଡିପିଓ ବିନୋଦିନୀ ତ୍ରିପାଠୀ, ସୁପରଭାଇଜର ବାଲ୍ୟବତୀ ମହାନ୍ତି ପ୍ରମୁଖ ଯୋଗ ଦେଇ ଶିଶୁ ସୁରକ୍ଷା, ଶିଶୁ ଅଧିକାର, ମହିଳା ମାନଙ୍କ ସୁରକ୍ଷା ଓ ଅଧିକାର, ଘରୋଇ ହିଂସା, ବୟସ୍କ ମାନଙ୍କୁ ସୁରକ୍ଷା ସମ୍ପର୍କରେ ଆଲୋଚନା କରିବା ସହ ଏହାର ସଠିକ ଉପଯୋଗ ଉପରେ ଗୁରୁତ୍ୱ ଦେଇଥିଲେ।ମୁଖ୍ୟ ଆଇନ ପରାମର୍ଶ ଦାତା ସୁଧୀର କୁମାର ଘୋଷ,ଆଇନ ସୁରକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ ମାଷ୍ଟର ଟ୍ରେନର ଭାବେ ବିସ୍ତୃତ ସୂଚନା ଓ ତଥ୍ୟ ପ୍ରଦାନ କରି ପ୍ରଶିକ୍ଷଣ ଦେଇଥିଲେ। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତ ଙ୍କୁ ସ୍ବାଗତ ଓ ଶିବିର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମ ରେ ଅଙ୍ଗନବାଡ଼ି ସୁପରଭାଇଜର, ଅଙ୍ଗନବାଡି କର୍ମୀ, ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନେ ଯୋଗ ଦେଇଥିଲେ।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!