ସଚେତନ ନାଗରିକ ମଞ୍ଚ ପ୍ରତିନିଧି ଦଳ ଉପଜିଲ୍ଲାପାଳଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କଲେ

କୁଚିଣ୍ଡା:୧୧/୨(AKN NEWS): କୁଚିଣ୍ଡା ସଚେତନ ନାଗରିକ ମଞ୍ଚ ର ଏକ ପ୍ରତିନିଧି ଦଳ ଆଜି ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ କୁଚିଣ୍ଡା ଉପ ଜିଲ୍ଲାପାଳ ଡ଼. ଗୌରବ ମୟ ପଧାନ ଙ୍କୁ ଏକ ଆଠ ଦଫା ଦାବି ପତ୍ର ଦେଇ ଉକ୍ତ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଦାବି ପତ୍ର ରେ ଝୁଲେନ୍ ପୋଲ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା, ଜମନକିରା ଓ ବାମରା ବ୍ଲକ ରେ ପ୍ରସ୍ତାବିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଚଳିତ ବର୍ଷରୁ ହିଁ ଆରମ୍ଭ କରିବା ,କୁଚିଣ୍ଡା କଲେଜ୍ ପରିସରରେ ତୁରନ୍ତ ଆନୁଷଙ୍ଗିକ କାର୍ଯ୍ୟ ସାରି ଚଳିତ ବର୍ଷ ଦଶମ ଶ୍ରେନିଯାଏ ଶିକ୍ଷାଦାନ ଆରମ୍ଭ କରିବା, ସ୍ଥାୟୀ ଘର ନିର୍ମାଣକୁ ତ୍ୱରାନ୍ୱିତ କରିବା, ସୂଚନା କେ ନ୍ଦ୍ର କୁ ତୁରନ୍ତ ଆରମ୍ଭ କରିବା, ବିଜୁ ପାଠାଗାର କୁ ତୁରନ୍ତ ସର୍ବ ସାଧାରଣ ଙ୍କ ପାଇଁ ଖୋଲିବା ,କାଲ ପରିଷଦ କୁ କାର୍ଯ୍ୟକ୍ଷମ କରିବା ,ଟ୍ରେନ ଟିକେଟ କାଉଣ୍ଟର ଖୋଲିବା ଆଦି ଦାବି କରିବା ସହ ଆଲୋଚନା କରିଥିଲେ ।
ଶ୍ରୀ ନାୟକ ଙ୍କ ସହିତ ଡ଼ ଦିଲ୍ଲୀପ ପାଣିଗ୍ରାହୀ,ନନ୍ଦଳାଲ ପଟେଲ ,ଆବାହକ ପ୍ରଭାତ ବେହେରା, ହରେ କୃଷ୍ଣ ମହାପାତ୍ର , ହୃଦନନ୍ଦ ଶର୍ମା ଆଦି ଦଶ ଜଣ ଦାବିପତ୍ର ପ୍ରଦାନ କରିଥିଲେ । ଉପ ଜିଲ୍ଲାପାଲ ଦାବି ପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନିଆଯିବ ବୋଲି କହିଥିଲେ ।
ବ୍ୟୁରୋ ରିପୋର୍ଟ AKN NEWS


