ଓଡିଶା ଖବର

ଆଜିର ଆହ୍ବାନ ପର୍ଯ୍ୟଟନସ୍ଥଳୀର ବିକାଶ ଓ ପର୍ଯ୍ୟଟନଭିତ୍ତିକ ଶିଳ୍ପ ପ୍ରତିଷ୍ଠା ମହାସମାରୋହରେ ପାଳିତ ହେଲା ଡଙ୍ଗରଗଡ଼ ମହୋତ୍ସବ

ଆଜିର ଆହ୍ବାନ ପର୍ଯ୍ୟଟନସ୍ଥଳୀର ବିକାଶ ଓ ପର୍ଯ୍ୟଟନଭିତ୍ତିକ ଶିଳ୍ପ ପ୍ରତିଷ୍ଠା
ମହାସମାରୋହରେ ପାଳିତ ହେଲା ଡଙ୍ଗରଗଡ଼ ମହୋତ୍ସବ
ଭବାନୀପାଟଣା,୨୮/୧୧:ପ୍ରାକ୍ରୁତିକ ସଂପଦର ସୁରକ୍ଷା ଓ ସଂରକ୍ଷଣ, ପ୍ରକ୍ରୁତିର ନୈସର୍ଗିକ ସୁଷମାରାଜିର ବିକାଶ ସହିତ ପର୍ଯ୍ୟଟନଭିତ୍ତିକ ଶିଳ୍ପ ପ୍ରତିଷ୍ଠା ଦ୍ବାରା କଳାହାଣ୍ଡି ଜିଲ୍ଲାରେ ସମ୍ମନ୍ବିତ ବିକାଶ ଓ ରୋଜଗାରର ବାଟ ଫିଟିବ ! ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବାହିତ ହେଉଥିବା ଜଳପ୍ରପାତ, ବିଭିନ୍ନ ଐତିହ୍ୟ ସଂପନ୍ନ ଦର୍ଶନୀୟ ସ୍ଥାନଗୁଡ଼ିକର ଉନ୍ନୟନ ଏବଂ ଜିଲ୍ଲା ପାଇଁ ସ୍ବତନ୍ତ୍ର ପର୍ଯ୍ୟଟନ ନୀତି ପ୍ରଣୟନ, ଜିଲ୍ଲାର ୧୩ ଗୋଟି ବ୍ଲକ ସମେତ ରାଜ୍ୟର ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ଗୋଟିଏ ରେଖାରେ ଯୋଡ଼ିବା ସହିତ ସ୍ବତନ୍ତ୍ର ପର୍ଯ୍ୟଟନ କରିଡର ନିର୍ମାଣ, ସରକାରଙ୍କ ସଂସ୍କ୍ରୁତି ବିଭାଗ ତରଫରୁ ମାନ୍ୟତା ପ୍ରଦାନ ସହିତ ଜିଲ୍ଲାରେ ଥିବା ଧରୋହରଗୁଡ଼ିକର ଉପଯୋଗ କରି ଏକ ବ୍ରୁହତ ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା ଆଜିର ଆହ୍ବାନ ବୋଲି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ କଲମଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଡଙ୍ଗରଗଡ଼ ମହୋତ୍ସବ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ! ଡଙ୍ଗରଗଡ଼ ମହୋତ୍ସବର ମୁଖ୍ୟ ଉପଦେଷ୍ଟା ଡ. ଭବାନୀଶଙ୍କର ନିଆଲଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏଇ ରାଜ୍ୟସ୍ତରୀୟ ମହୋତ୍ସବରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ଦୟାନିଧି ନାଏକ,ଅସିତ କୁମାର ପଣ୍ଡା କର୍ଲାପଡ଼ା ଫାଣ୍ଡି ଅଧିକାରୀ,ଜୟମଣି ନାଏକ ସରପଞ୍ଚ କଲମ,ସୁରେନ୍ଦ୍ର ପ୍ରଧାନ ପୂର୍ବତନ ସରପଞ୍ଚ ଛେଲିଆମାଳ,ଦୀପକ ବୁଦ୍ଧିଆ ପୂର୍ବତନ ସରପଞ୍ଚ ପାଲସିଝରଣ,ପ୍ରିୟାଙ୍ଗିନୀ ନାଏକ ସରପଞ୍ଚ ପାଲସିଝରଣ,ସୁଷମା ସେନାପତି ସରପଞ୍ଚ କର୍ଲାପଡ଼ା, ଅଞ୍ଜନ କୁମାର ବାଗ,ଉମାକାନ୍ତ ଯାନୀ ସରପଞ୍ଚ ଦେପୁର ପ୍ରମୁଖ ଯୋଗଦେଇଥିଲେ । କଲମ ସ୍ଥିତ ଡ଼ଙ୍ଗରଗଡ଼ ସମେତ କଳାହାଣ୍ଡି ଜିଲ୍ଲାରେ ଥିବା ପର୍ଯ୍ୟଟନ ସ୍ଥଳୀ ଓ ଜଳପ୍ରପାତ ମାନଙ୍କୁ ପର୍ଯ୍ୟଟନ ଶିଳ୍ପ ଭାବରେ ରାଜ୍ୟ ସରକାର ସ୍ୱୀକୃତି ପ୍ରଦାନ କରିବାପାଇଁ ଡ଼ଙ୍ଗରଗଡ଼ ମହୋତ୍ସବରେ ସମସ୍ତ ବକ୍ତା ମନ୍ତବ୍ୟ ଦେଇଥିଲେ । ଡ଼ଙ୍ଗରଗଡ଼ ସୁରକ୍ଷା ପରିଷଦର ସଭାପତି କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଏହି ମହୋତ୍ସବ ଅନୁଷ୍ଠିତ ହୋଇଥିଲା ! ଏହି ଅବସରରେ ରାଧାକାନ୍ତ ସାହୁ, ନୀଳକଣ୍ଠ ବାଗ, ଜନ୍ମେଜୟ ମାଝୀଙ୍କୁ ଡ଼ଙ୍ଗରଗଡ଼ ନାଗରିକ ପୁରସ୍କାର ଓ ପ୍ରଥମ ଡ଼ଙ୍ଗରପୁରୁଷ ପୁରସ୍କାରରେ ଡ଼.ଭବାନୀ ଶଙ୍କର ନିଆଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଚନ୍ଦ୍ରସେନ ବାଗ, କୀର୍ତ୍ତନ ମାଝୀ, ଶଶୀଦେବ ମାଝୀ,ପାର୍ବତୀ ମାଝୀ, ନୀଲେ ମାଝୀ, ମଞ୍ଜୁସୁତା ମାଝୀ, କ୍ଷୀର ମାଝୀଙ୍କ ସମେତ କଲମ ଗ୍ରାମବାସୀ ସହଯୋଗ କରିଥିଲେ ! ଶେଷରେ ସମ୍ପାଦକ ମହେନ୍ଦ୍ର ବାଗ ଧନ୍ୟବାଦ ଅର୍ପଣ କରିଥିଲେ !

ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ୟୁଜ୍। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!