ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

ଭବାନୀପାଟଣା ତା-୩୧/୦୧/୨୦୨୪(AKN NEWS): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ଓ ସରକାରୀ ମହିଳା ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଏକାଦଶ ଶ୍ରେଣୀ ଛାତ୍ରୀମାନଙ୍କ ପାଇଁ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ. ତ୍ରିଲୋଚନ ଜେନା ଉଦଯାପନ ଉତ୍ସବରେ ସଭାପତିତ୍ଵ କରିବା ସହିତ ତାଲିମ୍ ପାଇଥିବା କୌଶଳ କୁ ନିୟମିତ ଭାବେ ଅଭ୍ୟାସ କରିବା ସହ ବାସ୍ତବ ଜୀବନରେ କାର୍ଯ୍ୟକାରୀ କରିବାକୁ ଛାତ୍ରୀ ମାନଙ୍କୁ ଆହ୍ଵାନ ଦେଇଥିଲେ। ଶ୍ରୀ ଯୋଗାଭ୍ୟାସ ଭୋଇ ( ଆନ୍ତର୍ଜାତିକ ପର୍ବତାରୋହଣକାରୀ)ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ରୀ ମାନଙ୍କୁ ନିଜର ଅନୁଭୁତି ବ୍ୟକ୍ତ କରିବା ସହିତ ଆତ୍ମ ସୁରକ୍ଷା ସମ୍ପର୍କ ରେ ପ୍ରେରଣା ଦାୟକ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷା ବିଭାଗ ର ମୁଖ୍ୟ ପ୍ରଫେସର ପ୍ରବୀର କୁମାର ମଲ୍ଲିକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ସାହସୀ ହେବାର ବାର୍ତ୍ତା ଦେଇ ମାର୍ଗଦର୍ଶନ କରିଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ର ସଂଯୋଜିକା ଅଧ୍ୟାପିକା ସୂଚୀଲତା ଜେନା ସ୍ବାଗତ ଭାଷଣ ଦେବା ସହିତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ପ୍ରତିଭା ଭୋଇ, ପ୍ରୀତି ନାଗ, ହରୀପ୍ରିୟା ନାୟକ ଏବଂ ଅନ୍ୟ ଛାତ୍ରୀ ମାନେ ନିଜର ପ୍ରଶିକ୍ଷଣ ଅନୁଭୂତି ଓ ତାଲିମ୍ କୌଶଳ ଉପସ୍ଥାପିତ କରିଥିଲେ। ମୋଟ୍ ୧୮୦ ଜଣ କଳା ଶ୍ରେଣୀ ର ଛାତ୍ରୀ, ୪୩ ଜଣ ଧନ୍ଦାମୂଳକ ଶ୍ରେଣୀ ର ଛାତ୍ରୀ ଓ ପ୍ରଶିକ୍ଷିକା ପ୍ରମିଳା ଶା, ଶ୍ରଦ୍ଧାଞ୍ଜଳୀ ମାଝୀ, ରୀକିନା ରାଉତ ଙ୍କୁ ତାଲିମ୍ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଅଧ୍ୟାପକ ଓ ଅଧ୍ୟାପିକା ମାନେ ସହଯୋଗ କରିବା ସହିତ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ପରିଶେଷରେ ଅଧ୍ୟାପକ ଶ୍ରୀ ପଞ୍ଚରତ୍ନ ଗିରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାନୁଆରୀ ୧୮ ତାରିଖ ୨୦୨୪ ରୁ ଆରମ୍ଭ ହୋଇ ଜାନୁଆରୀ ୩୧ ତାରିଖ ୨୦୨୪ ରେ ଶେଷ ହୋଇଛି।
ବ୍ୟୁରୋ ରିପୋର୍ଟ AKN NEWS


