ଓଡିଶା ଖବର

ବେହେରା କଲେଜ ଠାରେ ଆତ୍ମ ସୁରକ୍ଷା ତାଲିମ ଉଦଯାପିତ

(AKN NEWS): ଓଡିଶା ସରକାର ମହିଳାମାନଙ୍କୁ ଆତ୍ମ ସୁରକ୍ଷା ପ୍ରଦାନ  ପାଇଁ ପ୍ରତ୍ୟେକ କଲେଜରେ ବ୍ୟବସ୍ଥା କରିଛନ୍ତି। ଏହି ଆତ୍ମ ସୁରକ୍ଷା ତାଲିମ ପାଇଲେ ଝିଅମାନେ ନିଜକୁ ସୁରକ୍ଷିତ ରଖିବା ସହ ଆତ୍ମ ଶକ୍ତି ବୃଦ୍ଧି ପାଇବ। ଗତ ୧୮ ତାରିଖରେ ଆରମ୍ଭ ହେଇଥିବା ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମହିଳାମାନଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ଆଜି ଉଦଯାପିତ ହେଇଯାଇଛି। କଲେଜ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆତ୍ମ ସୁରକ୍ଷା ତାଲିମ ସଭାରେ ମୂଖ୍ଯ ଅତିଥି ଭାବରେ ଦନ୍ତେଶ୍ବରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରୁପେନ୍ଦ୍ର ବାଣୁଆ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅଧ୍ୟାପକ ରଂଜନ କୁମାର ପଣ୍ଡା, ଅକ୍ଷୟ ପଟ୍ଟନାୟକ, ନିକୁଞ୍ଜ ବିହାରୀ ସାହୁ, ଫକିର ଚଣ୍ଡି ପ୍ରମୂଖ ମଞ୍ଚାସୀନ ଥିଲେ। ପ୍ରଶିକ୍ଷିକା ଭାବେ ମାଳତୀ ପଟେଲ ଯୋଗଦେଇ ଏକାଦଶ ଶ୍ରେଣୀ ର ୯୪ ଜଣ ଛାତ୍ରୀଙ୍କୁ ତାଲିମ ଦେଇଥିଲେ। ଖେଳ ଶିକ୍ଷକ ସୁରେନ୍ଦ୍ର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଶୋକ ଚଣ୍ଡି ଓ ସାନୁର୍ଯ୍ୟ ଗୋପାଳ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ବ୍ୟୁରୋ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!