ଖଡ଼ିଆଳ ମହୋତ୍ସବ ଦ୍ଵିତୀୟ ଦିନରେ

(AKN NEWS): ନୂଆପଡା ଜିଲ୍ଲା ଖଡ଼ିଆଳ ମହୋତ୍ସବ ଆଜି ଦ୍ଵିତୀୟ ଦିନରେ ପହଞ୍ଚିଛି । ଦ୍ୱିତୀୟ ଦିନର ସାଂସ୍କୃତିକ କାର୍ଯ୍ୟକ୍ରମରେ ମହୋତ୍ସବ କମିଟିର ଉପ ସଭାପତି ଅମରେଶ ପଟ୍ଟନାୟକ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନୂଆପଡା ଜିଲ୍ଲା ପ୍ରକଳ୍ପ ନିର୍ଦେଶୀକା ଗ୍ରାମ୍ୟ ଉନ୍ନୟନ ବିଭାଗ ମଧୁଛନ୍ଦା ସାହୁ ଖଡ଼ିଆଳ ଅଞ୍ଚଳର ଜନସାଧାରଣ ଲୁକାୟିୟ କଲା ଲୋକ ଲୋଚନକୁ ଆଣିବାର ଯେଉଁ ପ୍ରୟାସ ଜାରି ରଖିଛନ୍ତି ତାର ଭୃୟଂସୀ ପ୍ରଂସସା କରିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଭାଷା ଓ ସଂସ୍କୃତି ଗବେଷକ ଡ଼ଃ ମହେନ୍ଦ୍ର କୁମାର ମିଶ୍ର ଯୋଗଦାନ କରି କଲା ସାହିତ୍ୟ, ସଂସ୍କୃତିରେ ଖଡ଼ିଆଳର ବିଶ୍ୱ ଦରବାରରେ ଏକ ବିଶେଷ ଭୂମିକା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ସିନାପାଲି ପାଞ୍ଚହାତ ସମିତି ଅଧ୍ୟକ୍ଷା ମାଧୁରୀ ମାଝୀ, ସିନାପାଲି ବିଡିଓ ସର୍ବେଶ୍ୱର ଜାଲ,ବୋଡେ଼ନ ବିଡିଓ ପ୍ରିୟରଞ୍ଜନ କୁମାର, ଜିଲ୍ଲା ପରିଷଦ ସଦସ୍ୟ ଦ୍ବୟ ତନୟା ଶବର ଯୋଗଦାନ କରିଥିଲେ ।କାର୍ଯ୍ୟକ୍ରମରେ ସ୍ୱାଗତ ସମ୍ଭାଷଣ ଓ ଅତିଥି ପରିଚୟ ଶିକ୍ଷକ ଗୌରାଙ୍ଗ କୁମାର ସାହୁ ପ୍ରଦାନ କରିଥିବା ବେଳେ ଖଡ଼ିଆଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ।
ଶେଷରେ ସହ ସମ୍ପାଦକ ଆଇନଜୀବୀ ଗିରିଧାରୀ ବିଭାର ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ଵିତୀୟ ଦିନର ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲିଟିଲଷ୍ଟାର ପବ୍ଲିକ ସ୍କୁଲର ଓଡିଶୀ, କୋଲକତା ବଙ୍ଗାଳି ଲୋକ ନୃତ୍ୟ , ଆସାମର ବିଭୁ, ଅତାବିରା କୁରେଫୁଲ ସାଂସ୍କୃତିକ ଅନୁଷ୍ଠାନର ଚୁଟକୁଚୁଟା, କୋଲକତାର ଜିନମାଷ୍ଟିକ, ପଲସଦା ସେବାଶ୍ରମର ଆଦିବାସୀ ନୃତ୍ୟ, ଢାପ ପଇଂରି ସାଂସ୍କୃତିକ ଅନୁଷ୍ଠାନର ଢାପ , ମହାରାଷ୍ଟ୍ରର ଲାଵଣି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ସୂଚନା ଥାଉକି ପୂର୍ବାହ୍ନ 8 ଘଣ୍ଟା ସମୟରେ ପୁରୁଷ ଓ ମହିଳା ମାରାଥନ, ପୂର୍ବାହ୍ନ 10 ଘଣ୍ଟାକବିତା ସମୟରେ ପାଠୋତ୍ସଵ , ପୂର୍ବାହ୍ନ 11 ଘଣ୍ଟା ସମୟରେ ହସ୍ତଲିଖନ ପ୍ରତିଯୋଗିତା ଏବଂ ଅପରାହ୍ନ 4 ଘଣ୍ଟା ସମୟରେ ଦଳଗତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଗଙ୍ଗାଧର ମହାଉତି ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରାମର୍ଶ ଦାତା ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଖଡ଼ିଆଳ ଏନଏସି ଅଧକ୍ଷ ଉଜ୍ଜ୍ୱଳ ଗୁପ୍ତା ,ମହୋତ୍ସବ ପାଳନ କମିଟିର ସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକ, ସମ୍ପାଦକ ସୁନିଲ କୁମାର ସାହୁ ସମେତ ଅନ୍ୟାନ୍ୟ ସମସ୍ତ ଖଡ଼ିଆଳ ବାସୀ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ।
ଓମ ପ୍ରକାଶ ଚୌଧୁରୀଙ୍କ ରିପୋର୍ଟ AKN NEWS


