ଓଡିଶା ଖବର

ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ନୂଆପଡ଼ାରେ ରାଜ୍ୟସ୍ତରୀୟ ଆଲୋଚନାଚକ୍ର

ନୂଆପଡା ତା: 12.3.(AKN NEWS): ଖଡ଼ିଆଳସ୍ଥିତ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ନୂଆପଡ଼ାର ଓଡ଼ିଆ ବିଭାଗ ଓ ଓଡ଼ିଆ ଗବେଷଣା ପରିଷଦ କଟକର ମିଳିତ ଆନୁକୂଲ୍ୟରେ ଇତିହାସ ଓ ସାହିତ୍ୟର ମାନବ ବିଦ୍ୟାଭିତ୍ତିକ ବିମର୍ଶ ପ୍ରସଙ୍ଗରେ ଏକଦିବସୀୟ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ସମାରୋହରେ ଡକ୍ଟର ଅକ୍ଷୟ କୁମାର ସାହୁ ଉଦଘାଟକ ଭାବରେ ଯୋଗଦେଇ ଆଲୋଚନା ଚକ୍ରର ଅଭିଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ମୁଖ୍ୟଅତିଥି ଭାବରେ ବିଶିଷ୍ଟ କବି ତଥା ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଯୋଗଦେଇ ଏହି ଅଞ୍ଚଳର ଭାଷା ,ସାହିତ୍ୟ ଓ ଲୋକ ବିଶ୍ୱାସ ସଂପର୍କରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅଧିବେଶନର ସଭାପତି ଡକ୍ଟର ଅସିତ ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ବିଶିଷ୍ଟ ଶିକ୍ଷାବିତ ତଥା ଐତିହାସିକ ଡକ୍ଟର ଫଣୀନ୍ଦମ ଦେଓ ମୁଖ୍ୟବକ୍ତା ଭାବେ ଯୋଗଦେଇ ପଶ୍ଚିମ ଓଡ଼ିଶାର କଳା ଓ ସାହିତ୍ୟର ଇତିହାସ ଉପରେ ଆଲୋକପାତ କରିଥିଲେ । ଓଡ଼ିଆ ଗବେଷଣା ପରିଷଦ କଟକର ସଂପାଦକ ଡକ୍ଟର ଗୌରାଙ୍ଗ ଚରଣ ଦାଶ ସାହିତ୍ୟର ମାନବ ବିଦ୍ୟାଭିତ୍ତିକ ଅଧ୍ୟୟନ ପ୍ରସଙ୍ଗରେ ଗଭୀର ଭାବରେ ଆଲୋଚନା କରିଥିଲେ। ଅଧ୍ୟାପକ ଜୟଶଙ୍କର ଭୋଇ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଅଧ୍ୟାପକ ତଥା ଆଲୋଚନାଚକ୍ରର ସଂଯୋଜକ ଡକ୍ଟର ଶ୍ରୀକାନ୍ତ କୁମାର ବାରିକ ଏହି ଅଧିବେଶନକୁ ସଂଯୋଜନା କରିଥିଲେ।

ଓମ ପ୍ରକାଶ ଚୌଧୁରୀ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!