ଓଡିଶା ଖବର
ନୂଆପଡ଼ା ପୋଲିସ ପକ୍ଷ ରୁ ଖଣିଜ ସମ୍ପଦ ଚୋରା ଚାଲାଣ ବେଳେ ଚଢାଉ ୪ ଗୋଟି ଗାଡିଆ ଜବତ୍, ୧୦ ଲକ୍ଷ ୨୭ ହଜାର ୭୬୪ ଟଙ୍କା ଜରିମାନା ଆଦାୟ

ନୂଆପଡା ତା:୧୨.୦୩. (AKN NEWS): ନୂଆପଡ଼ା ପୋଲିସ ପକ୍ଷ ରୁ ଖଣିଜ ସମ୍ପଦ ଚୋରା ଚାଲାଣ ବେଳେ ଚଢାଉ କରିଛନ୍ତି। ସମୁଦାୟ ୧୧ ଗୋଟି ଯାନବାହାନ ଯାଞ୍ଚ କରିଥିବା ବେଳେ ସେଥିମଧ୍ୟରୁ ୪ ଗୋଟି ମାମଲା ରୁଜୁ କରିଥିଲେ। ୪ ଗୋଟି ଯାନବାହାନ ଜବତ୍ କରିଛନ୍ତି। ରାଜସ୍ବ ବାବଦ କୁ ୧୦ ଲକ୍ଷ ୨୭ ହଜାର ୭୬୪ ଟଙ୍କା ଜରିମାନା ଆଦାୟ କରିଛନ୍ତି।
ବିଭାଗ ପକ୍ଷ ରୁ ସୂଚନା ଦେଇଛନ୍ତି। ଦୀର୍ଘ ଦିନ ହେଲା ନଦୀ ରୁ ବାଲା ଚୋରା ଚାଲାଣ ହେଉଥିବା ବେଳେ ନଦୀ ରେ ଜେସିବି ଏବଂ ହାଇୱା ରେ ବାଲି ବିକ୍ରି ହେଉଥିବା ଅଭିଯୋଗ କୁ ଭିତ୍ତିକରି ତଦାରଖ କରିଛନ୍ତି।
ଓମ ପ୍ରକାଶ ଚୌଧୁରୀAKN NEWS


