ଓଡିଶା ଖବର

ଜଳ ବିଭାଜିକା ଯାତ୍ରା ୨୦୨୫ କୁ ଉଦଘାଟନ କଲେ ଜିଲ୍ଲାପାଳ

ନୂଆପଡା ତା:୧୨.୦୩(AKN NEWS): ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଶରଧାପୁର ଗ୍ରାମ ରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା, ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥା, ଜଳ ବିଭାଜିକା, ନୂଆପଡା ଆନୁକୂଲ୍ୟରେ ୱାଟର ସେଡ ଯାତ୍ରା ୨୦୨୫ ମହାସମାରୋହରେ ପାଳିତ ହୋଇଛି। ଜିଲ୍ଲାପାଳ ମଧୁସୂଦନ ଦାସ ଅଧ୍ୟକ୍ଷତା କରିଥିବା ବେଳେ ପ୍ରକଳ୍ପ ନିର୍ଦେଶକ ଜଳ ବିଭାଜିକା ରଶ୍ମି ରଞ୍ଜନ ପାତ୍ର ଉଦେଶ୍ୟ ଜ୍ଞାପନ କରିଥିଲେ। ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଦୀପିକା ଦୀପ, ସମ୍ମାନିତ ଅତିଥି ଭାବରେ ପଂଚାୟତ ସମିତି ଅଧ୍ୟକ୍ଷ ପୁଷ୍ପାଞ୍ଜଳି ନନ୍ଦ, ଜିଲ୍ଲା ପରିଷଦ ସଭ୍ୟ ତନୟା ଶବର, ଚିତ୍ତ ରଞ୍ଜନ ବେହେରା, ମାଲ୍ୟବନ୍ତ ସୁନା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଖଡ଼ିଆଳ ନରସିଂହ ଗଡ଼ବା, ସ୍ଥାନୀୟ ସରଧାପୁର ସରପଞ୍ଚ ଉମେଶ କୈବର୍ତ୍ତ ମଂଚାସୀନ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ, ରାଣିମୁଣ୍ଡା ସରପଞ୍ଚ ତୁକାରାମ ହିଆଲ, ଖାସବାହାଲ ସରପଞ୍ଚ କୁନୁ ବେହେରା ଉପସ୍ଥିତ ଥିଲେ। ବିଭୂତି ଭୂଷଣ ବିଶି ମଞ୍ଚ ପରିଚାଳନା କରିଥିଲେ। ୱାଟର ସେଡ ଯାତ୍ରା ୨୦୨୫ କୁ ନିଜ କର କମଳ ରେ ଉଦଘାଟନ କରି ଜଳ ଓ ଜମି କୁ ସଂରକ୍ଷିତ କରିବାକୁ ଆହ୍ବାନ କରିଥିଲେ।

ଏହି ଅବସରରେ ଜାତୀୟ ସଂଗୀତ ଗାନ ହୋଇଅଛି।ଚିନ୍ତାମଣି ବେହେରା ଯୋଗ ଦେଇଥିଲେ। ଗୋମାତା ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!