ଓଡିଶା ଖବର

ଆଦିବାସୀ ପଂଚାୟତ ଉଚ୍ଚ ବିଦ୍ୟାଳୟ ରୌପ୍ୟ ଜୟନ୍ତୀ ଉତ୍ସବ ରେ ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ l ଗୁଣାତ୍ମକ ଶିକ୍ଷା ହିଁ ବିକାଶ ର ମୂଳଦୁଆ- ସାଂସଦ ନିରଞ୍ଜନ l

(AKN NEWS): ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ମନିଗାଁ ଆଦିବାସୀ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରୌପ୍ୟ ଜୟନ୍ତୀ ମହୋତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି l ସ୍କୁଲ ପରିଚାଳନା କମିଟି ର ସଭାପତି ପଦ୍ମନ ପ୍ରଧାନୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଜୟନ୍ତୀ ପାଳନ ସଭା ରେ ମୁଖ୍ୟଅଥିତି ଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗ ଦେଇଥିଲେ । ପରେ ଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ । ଉଚ୍ଚ ଶିକ୍ଷା, ଗୁଣାତ୍ମକ ଶିକ୍ଷା, ଧନ୍ଦା ମୂଳକ ଶିକ୍ଷା, ବୃତ୍ତିଗତ ଶିକ୍ଷା ହିଁ ବିକାଶ ର ମୂଳଦୁଆ ବୋଲି ସାଂସଦ ଶ୍ରୀ ବିଶି ପ୍ରକାଶ କରିଥିଲେ l ଛାତ୍ରଛାତ୍ରୀ ସଂଖ୍ୟା ବୃଦ୍ଧି ହେଉଥିବା ରୁ ସରକାର ହାଇସ୍କୁଲ ଗୁଡିକୁ ଅପଗ୍ରେଡ଼ କରି ଅତିରିକ୍ତ ଶ୍ରେଣୀ କକ୍ଷ, ଖେଳ ପଡ଼ିଆ, ହଷ୍ଟେଲ ଆଦି ଭିତ୍ତିଭୂମି ର ବ୍ୟବସ୍ଥା କରିବା ଅପରିହାର୍ଯ୍ୟ ବୋଲି କହିଥିଲେ l ରୌପ୍ୟ ଜୟନ୍ତୀ ମହୋତ୍ସବ ରେ ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ଜ଼ିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଗୀତା ବିଶି, ପୌର ପରିଷଦ ଉପାଧ୍ୟକ୍ଷl ପୁଷ୍ପା ମଞ୍ଜରୀ ଜାଲ, ମାନିଗଁl ସରପଞ୍ଚ ମାଦ୍ରୀ ଖର୍ଶେଳ, ବେଲଗାଁ ସରପଞ୍ଚ ରାମଚନ୍ଦ୍ର ବେହେରା, ସଇଁତଲା ଜ଼ିଲ୍ଲା ପରିଷଦ ସଭ୍ୟ ଗୁଣ ସାଗର ମାଝୀ, ସ୍କୁଲ ପରିଚାଳନା କମିଟି ର ପୂର୍ବ ସଭାପତି ସୀତାରାମ ସାହୁ, ଲକ୍ଷ୍ମଣ ସାହୁ, ମୁଖ୍ୟ ବକ୍ତା ଡୋଲlମଣୀ ମାଝୀ ପ୍ରମୁଖ ଉଦବୋଧନ ଦେଇଥିଲେ l ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିବରଣୀ ପଠନ କରିଥିଲେ । ଅଧ୍ୟୟନରତ ଛାତ୍ରଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିଲେ । ଚିତ୍ରାଙ୍କନ, ସଂଗୀତ, ସାଧାରଣଜ୍ଞାନଓ ନୃତ୍ୟ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରି ଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!