ଓଡିଶା ଖବର

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ରେ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଳିତ

(AKN NEWS): ଭବାନୀପାଟଣା ତା ୦୮/୦୩/୨୦୨୫ ରିଖ ସ୍ଥାନୀୟ ତାରିଣୀ ମନ୍ଦିର ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସରରେ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଳିତ ହୋଇଯାଇଛି | ସମାଜ ରେ ନାରୀ ମାନଙ୍କ ସ୍ଥାନ ଗୁରୁତ୍ୱପୂର୍ଣ୍ଣ |ନିଜ ଦକ୍ଷତା ଓ କଠିନ ପରିଶ୍ରମ ରେ ଆଜିର ନାରୀ ଆଉ ରୋଷେଇ ଘରେ ସୀମିତ ହୋଇରହି ନାହାନ୍ତି କି ଅବଳା ଦୁର୍ବଳା ନାହାନ୍ତି, ପୁରୁଷଙ୍କ ସହ ତାଳ ମିଳାଇ ଚାଲିଛନ୍ତି |

ଆଜିର ନାରୀ ନର୍ସ, ଡାକ୍ତର ଇଂଞ୍ଜିନିୟର ପାଇଲଟ ରୁ ଆରମ୍ବ କରି ଦେଶର ରାଷ୍ଟ୍ରପତି ହୋଇପାରିଛନ୍ତି | ବୋଲି ସ୍କୁଲ ର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଡ଼. ଶିବରାମ ନାୟକ ମୂଖ୍ୟ ଅତିଥି ରୂପେ ଯୋଗ ଦେଇ ବକ୍ତବ୍ୟ ଦେଇଥିଲେ | ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ଶିକ୍ଷୟିତ୍ରୀ କଲ୍ୟାଣୀ ବାଗ, ଚଦ୍ରପ୍ରଭା ମିଶ୍ର, ବୃଷଭ ଦାସ, ସାଧନା ପ୍ରଧାନ, ସୁଶ୍ରୀ ସାହୁ, ସରିତା ବାଗେଲେ ସହଯୋଗ କରିଥିଲେ | ଶିକ୍ଷକ ସମ୍ପଦ ମୁଣ୍ଡ ସଭା ପରିଚାଳନା କରିଥିଲେ |

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!