ଓଡିଶା ଖବର

ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦ୍ୱିତୀୟ କିସ୍ତି ସୁଭଦ୍ରା ଯୋଜନା ଅର୍ଥ ପ୍ରଦାନ

ପୁରୀ ୮/୩(AKN NEWS): ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଜି ପୂର୍ବାହ୍ନରେ ତାଳବଣିଆ ଜିଲ୍ଲା ପଡିଆ ଠାରେ ସୁଭଦ୍ରା ଯୋଜନା ର ଦ୍ୱିତୀୟ କିସ୍ତି ଅର୍ଥ ପ୍ରଦାନ କରାଯାଇଛି।ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର ମହିଳା ଦିବସ ରେ ସମସ୍ତ ମା ମାନଙ୍କୁ ପ୍ରଣାମ ଓ ଶୁଭେଚ୍ଛା ଜଣାଇଥିଲେ।

ସମଗ୍ର ପୃଥିବୀ ରେ ମା’ ର ବିକଳ୍ପ ନାହିଁ।ମା ଶୃଙ୍ଖଳା,ଆଦର୍ଶ ଓ ସଂଚୟ ପ୍ରକ୍ରିୟା ଶିକ୍ଷା ଦିଏ।ମା ର ତ୍ୟାଗ ଓ ସଂଘର୍ଷ ର ଶେଷ ନ ଥାଏ।ନିଜ ମା’ଙ୍କ ସଂଘର୍ଷ କୁ ଅନୁଭବ କରି ପ୍ରଧାନମନ୍ତ୍ରୀ ମା ମାନଙ୍କ କଷ୍ଟ ଲାଘବ ଓ ଆର୍ଥିକ ସ୍ବାବଲମ୍ବୀ ପାଇଁ ଅନେକ ଯୋଜନା କରିଛନ୍ତି ବୋଲି ସେ କହିଥିଲେ।ରାଜ୍ୟ ପାଇଁ ସୁଭଦ୍ରା ଯୋଜନା ଏକ ଯୁଗାନ୍ତକାରୀ ଯୋଜନା।ମା ମାନେ ନିଜକୁ ପ୍ରତିଷ୍ଠା ଓ ପ୍ରତିପାଦିତ ପାଇଁ ସୁଭଦ୍ରା ଏକ ଶ୍ରେଷ୍ଠ ମାଧ୍ୟମ।ସୁଭଦ୍ରା ଏବେ ଛୋଟ ଚାରାଟିଏ।ତାକୁ ମା ମାନେ ପାଣି ଦେଇ,ଯତ୍ନ କରି ଏକ କଳ୍ପ ବୃକ୍ଷ ରେ ପରିଣତ କରିବାକୁ ସେ ଆହ୍ୱାନ ଦେଇଥିଲେ।ସମ୍ମାନୀତ ଅତିଥି ଭାବେ ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି ସ୍ବଳ୍ପ ସଂଚୟ ବଡ ହେବା ରେ ସାହାଯ୍ୟ କରେ ଏହା ପିଲା ଦିନୁ ମା ମାନେ ଆମକୁ ଶିଖାଇ ଥାଆନ୍ତି।ମହିଳା ଦିବସ ରେ ସମସ୍ତ ମାଆ ମାନଙ୍କୁ ସୁରକ୍ଷା ଓ ସମ୍ମାନ ଦେବା ଆମ ସମସ୍ତଙ୍କ ସଂକଳ୍ପ ହେବା ଉଚିତ ବୋଲି ସେ କହିବା ସହ ସୁଭଦ୍ରା ଅର୍ଥ ର ସଫଳ ବିନିଯୋଗ କରି ଆର୍ଥିକ ସମୃଦ୍ଧି ରେ ସାମିଲ ହେବାକୁ ଅନୁରୋଧ କରିଥିଲେ।ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ସମସ୍ତଙ୍କୁ ସ୍ବାଗତ କରିବା ସହ ସୁଭଦ୍ରା ଯୋଜନା ଅର୍ଥ ର ସଫଳ ବିନିଯୋଗ ପାଇଁ ଅନୁରୋଧ କରିଥିଲେ।ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା କାର୍ଯ୍ୟକ୍ରମ ପରିଚାଳନା କରିବା ସହ ସୁଭଦ୍ରା ଯୋଜନାରେ ଜିଲ୍ଲା ର ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ। ବରହମପୁର ରୁ ଅନଲାଇନ ମାଧ୍ୟମରେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ର ସିଧା ପ୍ରସାରଣ କରାଯାଇଥିଲା।ଜିଲ୍ଲାର ୪୧୩୫୭୫ ଜଣ ଙ୍କୁ ଦ୍ୱିତୀୟ କିସ୍ତି ଅର୍ଥ ଅନଲାଇନ ମାଧ୍ୟମରେ ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମ ରେ ୩୦୦୦ ରୁ ଉର୍ଦ୍ଧ୍ବ ମା ମାନେ ଉପସ୍ଥିତ ଥିଲେ।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!