ଏକଲ ଅଭିଯାନ ପକ୍ଷରୁ ଉପଖଣ୍ଡ ସ୍ତରୀୟ ମହିଳା ଦିବସ

କୁଚିଣ୍ଡା : ୮/୩(AKN NEWS): କୁଚିଣ୍ଡା ଉପଖଣ୍ଡ ଶାଖା ଏକଲ ଅଭିଯାନ ପକ୍ଷରୁ ଆଜି ଆଦିବାସୀ ଭବନର ସଭା କକ୍ଷରେ ଉପଖଣ୍ଡ ସ୍ତରୀୟ ବିଶ୍ଵ ମହିଳା ଦିବସ ପାଳିତ ହୋଇ ଯାଇଛି ।ନାରୀ ନେତ୍ରୀ କ୍ଷିତି ପ୍ରଭା ବାଘ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ସମାଜସେବୀ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି , ଏକଲ ଅଭିଯାନ ର ସଂଯୋଜକ ଜୟ ପ୍ରକାଶ ଗୁପ୍ତା ,ଜିଲ୍ଲା ପ୍ରମୁଖ ପ୍ରଦୀପ ପାଣି ସମ୍ମାନିତ ଅତିଥି ଓ ନାରୀ ନେତ୍ରୀ ପାର୍ଥବି କିଶାନ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଲିଙ୍ଗ ଗତ ସମାନତା, ନାରୀ ଅଧିକାର ଓ ନାରୀ କୁ ସମ୍ମାନ ଦେବାକୁ ହେବା ବୋଲି କହିଥିଲେ ।ପ୍ରାରମ୍ଭରେ ଅଭିଯାନ ର ସଭାପତି ରମେଶ ପ୍ରଧାନ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଶେଷରେ ଅଭିଯାନ ର ଦୀକ୍ଷା ପ୍ରମୁଖ ବିନୟ ପୃଷେଠ ଧନ୍ୟବାଦ୍ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ କୁଚିଣ୍ଡା ଉପଖଣ୍ଡରେ ଚାଲିଥିବା ପଚାଶ ଟି ଏକଲ ବିଦ୍ୟାଳୟର ଗୋଷ୍ଟି ଶିକ୍ଷୟିତ୍ରୀ ଓ ସହାୟିକା ଗଣ ଅଂଶ ଗ୍ରହଣ କରିଥିବା ବେଳେ ସ୍ଥାନୀୟ ନର୍ସିଂ କଲେଜ ର ଛାତ୍ରୀ ଗଣ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ ।
ବ୍ୟୁରୋ ରିପୋର୍ଟ AKN NEWS


