ଜଣେ ଓଡ଼ିଆ ପୁଅ ଭାବେ ନେଇ ଆସିଛନ୍ତି ଓଡିଶାର ସମ୍ମାନ

ଜଣେ ଓଡ଼ିଆ ପୁଅ ଭାବେ ନେଇ ଆସିଛନ୍ତି ଓଡିଶାର ସମ୍ମାନ
ବଲାଙ୍ଗୀର ଜିଲ୍ଲାର ସଇଁତଲା ବ୍ଲକ ଅନ୍ତର୍ଗତ ଗଣ୍ଡତ୍ରାପାଲି ପଂଚାୟତ ର ବଡ଼ମାଳ (ଫପସୀ )ଗ୍ରାମର ମହେଶ୍ୱର ମହାନନ୍ଦ ବୟସ (୩୧) ଜଣେ ଓଡ଼ିଆ ପୁଅ ଭାବେ ନେଇ ଆସିଛନ୍ତି ଓଡିଶା ର ସମ୍ମାନ l ସୂଚନା ମୁତାବକ ଏହି ୭ମ ଭାରତୀୟ ମାଷ୍ଟର ଖେଳ ୨୦୦୭ ରେ ଆରମ୍ଭ ହୋଇଥିଲା l ଖେଳଟି ପ୍ରତେକ ବର୍ଷ ଖେଳା ଯାଇଥାଏ l ଭାରତ ରେ ସୁନୀଲ ପ୍ରେସିଡେଣ୍ଟ ଥିବାବେଳେ ସରସ୍ବତୀ ସେକେଟ୍ରି ଓ ଓଡିଶା ରେ କେଶବ ମିଶ୍ର ପ୍ରେସିଡେଣ୍ଟ ଥିବାବେଳେ ଶିବପ୍ରସାଦ ମିଶ୍ର ସେକେଟ୍ରି ଏଠାରେ ଭଳିବଳ, ବ୍ୟାଟମିନଟ, ହକି,ଲମ୍ୱଡିଆଁ, ଉଚ୍ଚଡିଆଁ, ସଟଫୁଟ, ଯାବଲିନ, ସହେମିଟର ଦୌଡ଼, ଅନେକ ପ୍ରକାର ଖେଳ ଖେଳା ଯାଇଥାଏ l ଚଳିତ ବର୍ଷ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମ ଠାରେ ଖେଳ ଅନୁଷ୍ଠିତ ହୋଇ ଥିଲା l ଏଠାରେ ପାଖାପାଖି ପାଞ୍ଚହଜାର ରୁ ଉର୍ଦ୍ଧ କ୍ରୀଡ଼ାବିତ ମାନେ ଅଂଶ ଗ୍ରହଣ କରିଥିଲେ l ସେଥି ମଧ୍ୟରୁ ଶ୍ରୀ ମହାନନ୍ଦ ଉଚ୍ଚଡିଆଁ ରେ ଗୋଲଡମେଡଲ ଓ ଶହେମିଟର ଦୌଡ଼ ରେ ବ୍ରୋଞ୍ଜ ହାସଲ କରିଥିଲେ l ଏନେଇ ସାରା ଓଡିଶା ରେ ଖେଳାଳି ମାନଙ୍କ ମଧ୍ୟରେ ଖୁସିର ମାହୋଲ ଖେଳିଯାଇଛି l ଶ୍ରୀ ମହାନନ୍ଦ ଙ୍କୁ ଦୁତିଚାନ୍ଦ ସମତେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବ୍ଲକ ଉପାଦକ୍ଷ ଗୁଣସାଗର ମାଝୀ, ଜିଲ୍ଲାପରିଷ ପ୍ରମୋଦ କୁମାର ଭୋଇ, ସରପଞ୍ଚ ମନୀଷ ସୁନା, ଓ ବିଭିନ୍ନ ସଂଗଠନ ତରଫରୁ ସୁବେଚ୍ଛା ଓ ଶୁଭକାମନା ଜଣାଇଛନ୍ତି l ଶ୍ରୀ ମହାନନ୍ଦ ପେସାରେ ଜଣେ କମ୍ପାନୀ କର୍ମଚାରୀ କିନ୍ତୁ ନିଶାରେ ଖେଳାଳି l ସେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ରେ କାର୍ଯ୍ୟରତ ଥିବାବେଳେ ତାଙ୍କୁ କେନ୍ଦୁଝର ବଦଳି କରାଯାଇଛି l ତେଣୁ ସେ ରାଉରକେଲା ରେ ଯେଉଁ ଭଳି ଖେଳ ପାଇଁ କୋଚିଂ କରୁଥିଲେ l ସେଭଳି ଷ୍ଟାଡିୟମ କୋଚିଂ କେନ୍ଦୁଝର ମିଳିବ କି ନାହିଁ ବୋଲି ସେ ଚିନ୍ତିତ ଅଛନ୍ତି |
ବଲାଙ୍ଗିର ଜିଲ୍ଲା ସଇଁତଲା ରୁ ଅଶ୍ୱିନୀ ସାହୁ ଙ୍କ ରିପୋର୍ଟ AKN NEWS
