ଓଡିଶା ଖବର

ଯବାନ ଫିଯିକାଲ୍ ଏକାଡେମୀ, ଭବାନୀପାଟଣା ର ସଫଳତା

(AKN NEWS): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ରେ ରହିଥିବା ସୁନାମଧନ୍ୟ ସୁପରିଚିତ ଯବାନ ଫିଜିକାଳ ଏକାଡେମୀ ସେଣ୍ଟର୍ ରେ ଯୁବକ ବର୍ଗର ପିଲା ମାନଙ୍କୁ ଫିଜିକାଳ ତାଲିମ କରାଯାଇ ବିଭିନ୍ନ ଡିଫେନ୍ସ ଲାଇନରେ ଚାକିରି ପାଇବା ପାଇଁ ସୁଯୋଗ ମିଳୁଥିବା ଖବର ପାଇଥିବାରୁ ଭବାନୀପାଟାନା ଫିଜିକାଲ ଏକାଡେମି ରେ ଗତ କାଲି ଆଠ ଜଣ ଛାତ୍ର କୃତିତ୍ବ ଅର୍ଜନ କରଛନ୍ତି। କପିଳେନ୍ଦ୍ର କୁମାର ନାୟକ, ତାଲେଶ୍ୱର ହେରାନା, ମାନସ ରଞ୍ଜନ ନାୟକ, ମୁକେଶ ମଙ୍ଗରାଜ କଳାହାଣ୍ଡି ନବମ ବେଟାଲିୟନ୍ କଳାହାଣ୍ଡି , ରାହୁଲ ଭୋଇ ଚତୁର୍ଥ ବେଟାଲିୟନ ମାଲକାନଗିରି , ଶଶି ଭୂଷଣ ନାୟକ ଓ.ଏସ୍.ଏ.ପି ତୃତୀୟ ବେଟାଲିୟନ ମାଲକାନଗିରି , ଦୀଙ୍ଗର ହାତୀ ଓ.ଏସ୍.ଏ.ପି ତୃତୀୟ ବେଟାଲିୟନ କୋରାପୁଟ , ମାନଭଞ୍ଜନ ନାଏକ ଓ.ଏସ୍.ଏ.ପି ତୃତୀୟ ବେଟାଲିୟନ ରାଉଲକେଲା ରେ ସଫଳ ହେଇଛନ୍ତି । ଉକ୍ତ କୋଚିଂ ସେଣ୍ଟର୍ ରେ ଫିଜିକାଲ ଶିକ୍ଷକ ପୂର୍ବତନ ସୌନିକ ଭୂପିନ୍ଦ୍ର ନାଏକ ଓ ଜହ୍ନସନ୍ ମାଝୀ, ଅମିତ୍ କୁମାର ଦାସ, ରିଟିନ ଶିକ୍ଷକ ଭୋଲା ଶଙ୍କର ପାତ୍ର ସାଧାରଣ ଜ୍ଞାନ ,କମ୍ପ୍ୟୁଟର ଓ ଓଡ଼ିଆ ବ୍ୟାକରଣ , ଗଣିତ ମହିମା ମେମ, ଏକେ ସାର୍ ପ୍ରମୁଖ ଦାୟିତ୍ବ ନେଇଛନ୍ତି। ପୂର୍ବ ରୁ ଏସ୍. ଏସ. ସି ଜିଡି ର ଚବିଶ ଜଣ ଓ ଅଗ୍ନି ବୀର ରେ ନଅ ଜଣ ସମେତ ଓଡ଼ିଶା ପୋଲିସ ରେ ଚଉଦ ଜଣ ଛାତ୍ର ଓ ଅଗ୍ନି ବାହିନୀ ତିନି ଜଣ ସଫଳ ଅର୍ଜ୍ଜନ କରିଥିଲେ। ଏବେ ମଧ୍ୟ ସମସ୍ତ ପ୍ରକାର ଟ୍ରେଡର ଟ୍ରେନିଂ ଚାଲିଅଛି। ଏକାଡେମୀ ତରଫ ରୁ ଚାକିରି ପାଇଥିବା ସମସ୍ତ ଙ୍କୁ ଅଜସ୍ର ଶୁଭେଚ୍ଛା ଜଣାଇବା ସହିତ ସମସ୍ତ ଭବିଷ୍ୟତ ଜୀବନ ଆହୁରି ଉଜ୍ଜ୍ୱଳମୟ ହେଉ ବୋଲି ଯବାନ ଫିଜିକାଲ ଏକାଡେମୀ ର ସମସ୍ତ କୋଚ ମାଁ ମାଣିକେଶ୍ଵରୀ ଙ୍କ ପାଖରେ ପ୍ରାର୍ଥନା କରିଛନ୍ତି।

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!