ଓଡିଶା ଖବର

ଆନ୍ଦାପ୍ରଦେଶ ଇଟାଭାଟି ମାଳିକ ଙ୍କ ଟଙ୍କା ଖାଇଲେ ସର୍ଦ୍ଦାର। ବନ୍ଧା ହେଲେ ୨ ଶିଶୁ ଶ୍ରମିକ

ଆନ୍ଦାପ୍ରଦେଶ ଇଟାଭାଟି ମାଳିକ ଙ୍କ ଟଙ୍କା ଖାଇଲେ ସର୍ଦ୍ଦାର।
ବନ୍ଧା ହେଲେ ୨ ଶିଶୁ ଶ୍ରମିକ

୬ ବର୍ଷ ପୁଅ ଓ ୧୪ ଝିଅ ଙ୍କୁ ଉଦ୍ଧାର ପାଇଁ ବାପାଙ୍କ ଆକୁଳ ନିବେଦନ।

 

କଣ୍ଟାବାଞ୍ଜି,(AKN NEWS):କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ତୁରେକେଲା ,ମୁରିବାହାଲ,ବଙ୍ଗୋମୁଣ୍ଡ ବ୍ଲକ ର ଅନେକ ଶ୍ରମିକ ଦାନା ପାଇଁ ଦାଦନ ଯାଇ ରାଜ୍ଯ ବାହାରକୁ ଶ୍ରମିକ ଭାବେ କାମ କରିବାକୁ ଯାଇ ଅନେକ ସମୟରେ ଏଇଟା ଭାଟି ମାଳିକ ମାନଙ୍କର ନିର୍ଜନତାର ଶିକାର ହୋଇ ଫେରୁଛନ୍ତି। ପୁଣି ସେହିଭଲି ଏକ ଅଭିଯୋଗ ଆସିଛି ଦାଦନ ପ୍ରବଣ ମୁରିବାହାଲ ବ୍ଲକ ଅନ୍ତର୍ଗତ ଅଣ୍ଡାଲଦର ଗାଁରୁ ସେହି ଗାଁ ଶ୍ରମିକ ଗୁଣ ମାଝୀ(୪୨) ଗତ ବର୍ଷ ନଭେମ୍ବର ମାସ ରେ ସ୍ଥାନୀୟ ଦାଦନ ସର୍ଦ୍ଧାର ଧନମାଳି ତାଣ୍ଡି ଙ୍କ ଜରୀଆରେ ଅଗ୍ରୀମ ଟଙ୍କା ନେଇ ୫ ବର୍ଷ ପୁଅ ଘନ ମାଝୀ ଓ ୧୪ ବର୍ଷ ଝିଅ ଯାଜ୍ଞସେନୀ ମାଝୀ ଙ୍କୁ ନେଇ ଆନ୍ଧ୍ରପ୍ରଦେଶ ର ସିକାକଳମ ଜିଲ୍ଲାର, କଳତୁର ଅଞ୍ଚଳ ର ଇଟା ଭାଟି କୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ। ଶ୍ରମିକ ଗୁଣ ଅଗ୍ରୀମ ଯେତେ ଟଙ୍କା ନେଇଥିଲା ସେତେ କାମ ମଧ୍ଯ କରିଥିଲା, ଯେଉଁ ଦିନ ତାଙ୍କ ଛୁଟି ହେଲା ଗାଁ କୁ ସେ ଫେରିବା ସମୟରେ ଇଟା ଭାଟି ମାଳିକ ତ୍ରିନାଥ ୫ ବର୍ଷ ଘନ ମାଝୀ ଓ ୧୪ ବର୍ଷ ଯାଜ୍ଞସେନୀ ୨ ଶିଶୁ ଶ୍ରମିକ ବନ୍ଧକ ରଖିଥିଲେ ଏବଂ ଶ୍ରମିକ ଗୁଣ କହିଥିଲେ ଯେ ତୁମେ ଯେଉଁ ଦାଦନ ସର୍ଦ୍ଦାର ଧନମାଳି ଙ୍କ ଜରିଆରେ ଆସିଥିଲ ସେ ମୋ ଠାରୁ ଅନେକ ଶ୍ରମିକ ଆଣିବାକୁ ଟଙ୍କା ନେଇଛି କିନ୍ତୁ ସେତେ ଶ୍ରମିକ ଆଣି ନାହିଁ ତୁ ଜଣେ ଗାଁ କୁ ଯା ଧନମାଳି କୁ ନେଇ କି ତାପରେ ତୋ ୨ ଛୁଆ ଛାଡି ବୋଲି ଇଟାଭାଟି ମାଲିକ ଶ୍ରମିକ ଗୁଣ ଙ୍କୁ ଧମକ ଦେଇଥିଲା। ଇଟାଭାଟି ମାଳିକ ଙ୍କ କହିବା ଅନୁସାରେ ଶ୍ରମିକ ଗୁଣ ଗାଁ ଆସିଛି ଦାଦନ ସର୍ଦ୍ଦାର ଧନମାଳି ତାଣ୍ଡି ଙ୍କୁ କହିଥିବା ବେଳେ ଉକ୍ତ ଦାଦନ ତାଙ୍କ କଥା କୁ ଗୁରୁତ୍ବ ଦେଉଁ ନାହିଁ। ଯାହାଫଳ ଶ୍ରମିକ ଗୁଣ ମାଝୀ କଣ୍ଟାବାଞ୍ଜି ଲେବର ୟୁନିଅନ ଅଫିସ ଆସି ଶ୍ରମିକ ନେତା କଳମ ଭୋଇ ଙ୍କୁ ତାଙ୍କ ଅଭିଯୋଗ ଜଣାଇଥିଲେ। ଶ୍ରମିକ ନେତା ଙ୍କ ସହଯୋଗ ରେ ବଲାଙ୍ଗିର ଜିଲ୍ଲା ଶ୍ରମିକ ଅଧିକାରୀ ଙ୍କୁ ଏନେଇ ଏକ ଲିଖିତ ଅଭିଯୋଗ କରିଛନ୍ତି ଗୁଣ। କିନ୍ତୁ ଅଭିଯୋଗ ଦେଇ ଅନେକ ଦିନ ବିତି ଯାଇଥିଲେ ସୁଦ୍ଧା ବଲାଙ୍ଗିର ଶ୍ରମ ବିଭାଗ ମଧ୍ଯ କୌଣସି ପଦକ୍ଷେପ ନେଇ ନାହିଁ। ଯାହାଫଳ ରେ ଗଣମାଧ୍ୟମ ରେ ଆନ୍ଧ୍ରପ୍ରଦେଶ ଇଟାଭଟି ରେ ବନ୍ଧା ପଡିଥିବା ତାଙ୍କ ୨ ପୁଅ ଝିଅ ଙ୍କୁ ଉଦ୍ଧାର ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଙ୍କୁ ଆକୁଳ ନିବେଦନ କରିଛନ୍ତି ଶ୍ରମିକ ଗୁଣ ମାଝି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!