ଓଡିଶା ଖବର

ଦୁର୍ଘଟଣାଗ୍ରସ୍ତ କାର୍ ରୁ 74 କେଜି ଗଞ୍ଜେଇ ଜବତ

ଦୁର୍ଘଟଣାଗ୍ରସ୍ତ କାର୍ ରୁ 74 କେଜି ଗଞ୍ଜେଇ ଜବତ

ବେଲଗୁଣ୍ଠା, 29/05, ଗାଙ୍ଗପୁର ଥାନା ଅନ୍ତର୍ଗତ ନିମିନା ଠାରେ ଏକ ଦୁର୍ଘଟଣା ଗ୍ରସ୍ତ କାର୍ ରୁ 74 କେଜି ଗଞ୍ଜେଇ ଜବତ କରିଛି ଗାଙ୍ଗପୁର ପୋଲିସ୍ I ସୂଚନା ପ୍ରକାରେ ମଙ୍ଗଳବାର ଫୁଲବାଣୀରୁ OD02BQ0769 ନମ୍ବର୍ ବିଶିଷ୍ଟ ଏକ ସ୍ୱିଫ୍ଟ ଡିଜାୟାର କାର୍ ବ୍ରହ୍ମପୁର ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ବେଳେ ନିମିନା ଠାରେ ସେହି ଗ୍ରାମର ସୁରେନ୍ଦ୍ର ସେଠୀକୁ ଧକ୍କା ଦେବା ସହ ଭାରସାମ୍ୟ ହରାଇ ଏକ ଗଛକୁ ପିଟି ହୋଇଯାଇଥିଲା I କାର୍ ଧକ୍କାରେ ଗୁରୁତର ଆହତ ସୁରେନ୍ଦ୍ରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି 108 ଆମ୍ବୁଲାନ୍ସ୍ ଯୋଗେ ମେଡିକାଲ୍ କୁ ପଠାଇ ଥିଲେ I ଘଟଣା ସମ୍ପର୍କରେ ଖବର ପାଇ ଗାଙ୍ଗପୁର ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା କାର୍ ଟିକୁ ଜବତ କରି ତଦନ୍ତ କରିବା ସମୟରେ ସେଥିରୁ 74 କିଲୋଗ୍ରାମ୍ ଗଞ୍ଜେଇ ଜବତ କରିଥିଲେ I ଏହି ମାମଲାରେ ଗାଡ଼ିରେ ଥିବା ଫୁଲବାଣୀର ଫିଲିପ ଦିଗାଲ୍ ଏବଂ ମାମିନା ଜାନୀକୁ ଗିରଫ କରି ଗାଙ୍ଗପୁର ପୋଲିସ୍ କୋର୍ଟଚାଲାଣ କରିଛି I ଗାଙ୍ଗପୁର ଥାନା ଏସ୍ଆଇ ଆର୍ତ୍ତତ୍ରାଣ ଦାନୀ ଘଟଣାର ଅଧିକ ତଦନ୍ତ କରୁଥିବା ଗାଙ୍ଗପୁର ଥାନା ଅଧିକାରୀ ରାଜେଶ କୁମାର ନାୟକ ପ୍ରକାଶ କରିଛନ୍ତି I ଦୁର୍ଘଟଣାରେ ଆହତ ସୁରେନ୍ଦ୍ର ମେଡିକାଲ୍ ରେ ମୃତ୍ୟୁ ବରଣ କରିଥିବା ବିଶେଷ ସୂତ୍ରରୁ ପ୍
ଦୁର୍ଘଟଣାଗ୍ରସ୍ତ କାର୍ ରୁ 74 କେଜି ଗଞ୍ଜେଇ ଜବତ କରିଥିଲେ I ଏହି ମାମଲାରେ ଗାଡ଼ିରେ ଥିବା ଫୁଲବାଣୀର ଫିଲିପ ଦିଗାଲ୍ ଏବଂ ମାମିନା ଜାନୀକୁ ଗିରଫ କରି ଗାଙ୍ଗପୁର ପୋଲିସ୍ କୋର୍ଟଚାଲାଣ କରିଛି I ଗାଙ୍ଗପୁର ଥାନା ଏସ୍ଆଇ ଆର୍ତ୍ତତ୍ରାଣ ଦାନୀ ଘଟଣାର ଅଧିକ ତଦନ୍ତ କରୁଥିବା ଗାଙ୍ଗପୁର ଥାନା ଅଧିକାରୀ ରାଜେଶ କୁମାର ନାୟକ ପ୍ରକାଶ କରିଛନ୍ତି I ଦୁର୍ଘଟଣାରେ ଆହତ ସୁରେନ୍ଦ୍ର ମେଡିକାଲ୍ ରେ ମୃତ୍ୟୁ ବରଣ କରିଥିବା ବିଶେଷ ସୂତ୍ରରୁ ପ୍ରକାଶ I

ଭଞ୍ଜନଗର ରୁ ଅକ୍ଷୟ ଶତପଥୀ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!