ଆମ୍ବପାଲି ହାଇସ୍କୁଲ ଠାରେ ୫୦୦ ବୃକ୍ଷ ରୋପଣ

(AKN NEWS): ସଇଁତଲା ବ୍ଳକ ଅନ୍ତର୍ଗତ ଆମ୍ବପାଲି ପଂଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିଷକ ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ଶିଷକ ବିଜୟ କୁମାର ବାଗ ତତ୍ତ୍ବାବଧାନରେ ୫00 ବୃକ୍ଷରୋପଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଏକ ପେଡ ମାଁ କେ ନାମ ବା (ମାଁ ଙ୍କ ନାମରେ ଗଛ ଟିଏ)କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଘଣ୍ଟମାଲ ସି. ଆର. ସି. ସି. ହିମାଂଶୁ ବେହେରା ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ପ୍ରକୃତିମିତ୍ର ପୁରସ୍କୃତ ତଥା ଅଂଚଳର ବିଶିଷ୍ଟ ସମାଜ ସେବି ସୁରେନ୍ଦ୍ର ଭୋଇ,ସ୍ଥାନୀୟ ସରପଞ୍ଚ ରାମା ଛତ୍ରିଆ, ସମିତି ସଭ୍ୟ ବିଭୀଷଣ ମାଝୀ, ନାଏବ ସରପଞ୍ଚ ହୀରାମତି ବାଗ, କାର୍ଯ୍ୟନିର୍ବାହୀ ଅଧିକାରୀ ଖଗେଶ୍ୱର କମ୍ପ,ଥିବାବେଳେ ତାଙ୍କ ସମତେ ଏଡିଓ ମହେନ୍ଦ୍ର ବିଶ୍ୱାଳ, ଯୋଗାଣ ସହାୟକ ରମାକାନ୍ତ ନାଗ, ଜିଓଟ୍ୟାଗ ସୁଶ୍ରୀ ସଚଳା ମହାନନ୍ଦ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସଦାଶିବ ଗହୀର ତଥା ସମସ୍ତ ସଭ୍ୟସଭ୍ୟା, ସରପଞ୍ଚ ଙ୍କ ପ୍ରତିନିଧି ସୁବାସିଂ ଛତ୍ରିଆ, ସମସ୍ତ ଗାଁସାଥି, ସମସ୍ତ ୱାର୍ଡ ସଭ୍ୟସଭ୍ୟା, ସମେତ ବିଦ୍ୟାଳୟ ଶିକ୍ଷକ/ସୁଶୀଲ କୁମାର ଭୋଇ,ଛନ୍ଦା ଚରଣ ସୁନା, ଚକ୍ରଧର ବାଗ, ଅନିଲ କୁମାର ନନ୍ଦ, ରାଜକିଶୋର କୁଆଁର, କ୍ଷେତ୍ର ମେହେର, ରାଜବିହାରୀ ବନଛୋର, କ୍ଳାର ପର୍ଶୁରାମ ପୁଟେଲ, ପିଅନ/ବୈଚନ୍ଦ୍ର ମହାନନ୍ଦ, ଗନ୍ଧର୍ବ ଗହୀର, ଦେବରାଜ ଭୋଇ, ଛାତ୍ରଛାତ୍ରୀ, ସମସ୍ତ ଅଙ୍ଗନୱାଡି କର୍ମୀଙ୍କ ସମେତ ମିଶନଶକ୍ତିର ମହିଳାମାନେ ତଥା ଗ୍ରାମବାସି, ସ୍ୱଚ୍ଛlସେବୀ ଏକ ପେଡ ମାଆ କେ ନାମ ପେ କାର୍ଯ୍ୟକ୍ରମରେ ସାମିଲ ଥିଲେ ।ଏଥିରେ ୱାଷଧୀୟ ବୃକ୍ଷ ଫଳଓଫୁଲ ଗଛ, ଜଙ୍ଗଲ ଯାତ ବୃକ୍ଷ ରୋପଣ କରାଯାଇଥିଲା l ଏହା ପୂର୍ବରୁ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଦ୍ୟାଳୟ ରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ହୋଇଥିଲା ଏଥିରେ ଅତିଥି ମାନଙ୍କ ଦ୍ୱାରା ପ୍ରଥମ, ଦୃ୍ତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ ସହିତ ମାନପତ୍ର ପ୍ରଦାନ କରାଯାଇଥିଲା l ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ସାନ୍ତ୍ଵାନା ମୂଳକ ପୁରସ୍କାର ଦିଆଯାଇଥିଲା l ପଂଚାୟତ କତୃପକ୍ଷ ଙ୍କ ଉଦ୍ୟମରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ମିଠା, ବିସ୍କୁଟ, ପାନୀୟ ଜଳ ବଣ୍ଟନ କରାଯାଇଥିଲା l ସଭାପରିଚାଳନ କରିଥିଲେ ଛନ୍ଦା ଚରଣ ସୁନା ଓ ଧନ୍ୟବାଦ ଦେଇଥିଲେ ରାଜକିଶୋର କୁଆଁର ଲ
ବଲାଙ୍ଗିର ଜିଲ୍ଲା ସଇଁତଲା ରୁ ଅଶ୍ୱିନୀ ସାହୁ ଙ୍କ ରିପୋର୍ଟ AKN NEWS


