ଆମ ଓଡ଼ିଶା -ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ଉପରେ ଭବାନୀପାଟଣା ବ୍ଳକ ଅନ୍ତର୍ଗତ ଗୁଡିଆଲିପଦର ପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ

(AKN NEWS): ଆମ ଓଡ଼ିଶା -ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ଉପରେ ଭବାନୀପାଟଣା ବ୍ଳକ ଅନ୍ତର୍ଗତ ଗୁଡିଆଲିପଦର ପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଁ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ସରକାରଙ୍କ ୫ଟି ବିଦ୍ୟାଳୟ ରୂପାନ୍ତରୀକରଣ, ମହିଳା ସଶକ୍ତିକରଣ ଓ ଭିତ୍ତିଭୂମି ବିକାଶ, ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ଆଦି ସମ୍ପର୍କରେ ଆଲୋକପାତ କରିଥିଲି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନବୀନ ଓଡ଼ିଶାର ସଂଯୋଜକ ଶ୍ରୀ ବଦ୍ରିନାରାୟଣ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବରେ ଯୁବନେତା ସତ୍ୟବ୍ରତ ଦାସ, ଗୁଡିଆଲିପଦର ସରପଞ୍ଚ ପ୍ରିୟଙ୍କା ମହାକୁଡ଼, ସମିତି ସଭ୍ୟ ଭୁବନେଶ୍ୱର ମାଝୀ, ପ୍ରଧାନ ଶିକ୍ଷକ ନୀଳମଣି ଦୁର୍ଗା, ବ୍ଳକ ସହକାରୀ ଯନ୍ତ୍ରୀ ବାଞ୍ଛାବଟ ପାଣ୍ଡେ, ପିଇଓ ରାଧାକାନ୍ତ ରଣା, ଜିଆରଏସ ମଳୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ହିତାଧିକାରୀ ମାନଙ୍କୁ ହରିଶ୍ଚନ୍ଦ୍ର ଯୋଜନା ଏବଂ ମଧୁବାବୁ ପେନସନ ଯୋଜନା ଅନ୍ତର୍ଗତ ଅର୍ଥ ରାଶି ପ୍ରଦାନ କରାଯିବା ସହ ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ବ୍ୟୁରୋ ରିପୋର୍ଟ AKN NEWS


