ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ ପୁରୀ ଆନୁକୂଲ୍ୟରେ ୭୫ ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି

(AKN NEWS): ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ ପୁରୀ ଆନୁକୂଲ୍ୟରେ ୭୫ ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି କ୍ରମରେ ଦେଶମାତୃକା ର ସେବାରେ ବଳିଦାନ ଦେଇଥିବା ଯବାନ ଙ୍କ ସ୍ମୃତିଚାରଣ ଏବଂ ଭବିଷ୍ୟତ ପିଢି ଙ୍କୁ ପ୍ରେରଣା ପ୍ରଦାନ କରିବା ଉଦେଶ୍ୟ ରେ “ଆବର୍ଜନା ରୁ ଉତ୍କର୍ଷତା” ସମ୍ପକିତ ୩ଟି ବିଶାଳକାୟ ମଡେଲ ଯଥା ଅନୁଷ୍ଠାନ ର ଟର୍ନର ପ୍ରଶିକ୍ଷକ ଶ୍ରୀ ପ୍ରଦୀପ କୁମାର ଗିରି ଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ନିର୍ମିତ “୧୧ଫୁଟ ଉଚ୍ଚତା ଓ ୧୦ ଫୁଟ ଓସାର ବିଶିଷ୍ଟ “ଭାରତୀୟ ମାନଚିତ୍ର” ୱେଲଡର ପ୍ରଶିକ୍ଷକ ଶ୍ରୀ ବିଜୟ କୁମାର ସାହୁ ଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ନିର୍ମିତ ୨୧ ଫୁଟ ଲମ୍ବ ବିଶିଷ୍ଟ “ଅଗ୍ନି-୫ ମିସାଇଲ”, ମେସିନିଷ୍ଟ ପ୍ରଶିକ୍ଷକ ଶ୍ରୀ ବିସ୍ମୟ ମଙ୍ଗରାଜ ଓ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ନିର୍ମିତ ୧୨ଫୁଟ ଉଚ୍ଚତା ର “ଅମର ଯବାନ ସ୍ମୃତି ଚିହ୍ନ” ଲୋକାର୍ପିତ ହୋଇଯାଇଛି।ଏହି ଉତ୍ସବରେ ପୁରୀ ଅତିରିକ୍ତ ଜିଲ୍ଲା ଅଧିକାରୀ ଶ୍ରୀ ପ୍ରଦୀପ କୁମାର ସାହୁ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନ ର ଛାତ୍ରଛାତ୍ରୀ ମାନଙ୍କ କାର୍ଯ୍ୟ କୁ ଭୂୟସୀ ପ୍ରଶଂସା କରିଥିଲେ।
“ସ୍କିଲଡ଼ ଇନ ଓଡିଶା” ଟ୍ୟାଗଲାଇନ୍ ଅଧୀନରେ ଆଇଟିଆଇ ଛାତ୍ରଛାତ୍ରୀ ଙ୍କ ଦକ୍ଷତାର ସୁ ବିନିଯୋଗ ର ଏହା ହେଉଛି ଏକ ପ୍ରକୃଷ୍ଟ ଉଦାହରଣ ବୋଲି ପୁରୀ ମୁନିସିପାଲିଟି ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ୱାଇଁ ଏବଂ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସେଠୀ ମତ ପ୍ରକାଶ କରିଥିଲେ।ଅନୁଷ୍ଠାନ ର ଅଧ୍ୟକ୍ଷ ଇଂ ଅରୋବିନ୍ଦ ଘୋଷ ଙ୍କ ପ୍ରେରଣା ଓ ତତ୍ତ୍ଵାବଧାନରେ ସ୍ଥାପିତ ଏହି ଉଚ୍ଚକୋଟିର କୃତି ଆଗାମୀ ଛାତ୍ରଛାତ୍ରୀଙ୍କୁ ନିଶ୍ଚିତ ପ୍ରେରଣା ପ୍ରଦାନ କରିବ।
ପୁରୀ ରୁ ରଞ୍ଜନ ଦାସ ଙ୍କ ରିପୋର୍ଟ AKN NEWS


