ଓଡିଶା ଖବର
ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ସଭା ରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ନେଇ ଖଡିଆଳ ଗସ୍ତ,ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟୟରେ

ନୂଆପଡା :୦୫.୦୫. (AKN NEWS): ନୂଆପଡ଼ା ଜିଲ୍ଲା ଖଡିଆଳ ଠାରେ ନିର୍ବାଚନୀ ସଭା କୁ ଉଦବୋଧନ ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ନେଇ ଆସନ୍ତା କାଲି ଖଡିଆଳ ଗସ୍ତ ରହିଅଛି। ଦଳୀୟ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଲମ୍ବୋଦର ନିଆଁଳ ଏବଂ ଖଡିଆଳ ବିଧାନସଭା ଦଳୀୟ ପ୍ରାର୍ଥୀ ଅଧୀରାଜ ମୋହନ ପାଣିଗ୍ରାହୀଙ୍କ ନିର୍ବାଚନ ପ୍ରଚାର କରିବେ।
ଖଡ଼ିଆଳ ଅଞ୍ଚଳ ରେ ବିକାଶ ଏବଂ ଖଡିଆଳ ଲାଇଫ ଲାଇନ୍ କହୁଥିବା ରେଳପଥ ନିର୍ମାଣ ଦାବୀ ଉପରେ କଣ କହିବେ କି ବୋଲି ଜନସାଧାରଣ ଆଶା ବାନ୍ଧିଛନ୍ତି।
କଣ୍ଟାବାଞ୍ଜି ଠାରୁ ନବରଙ୍ଗପୁର ଭାୟା ରାଜ ଖଡିଆଳ ପ୍ରସ୍ତାବିତ ରେଳପଥ ସର୍ଭେ କାର୍ଯ୍ୟ ଶେଷ ହୋଇଥିବା ବେଳେ ଏହି ରେଳପଥ ପାଇଁ ଆବଶ୍ୟକ ଥିବା ଜମି ମାଗଣା ରେ ଯୋଗାଇବା ସହ ୫୦/୫୦ କେନ୍ଦ୍ର ଓ ରାଜ୍ୟ ସହଭାଗିତାରେ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ପାଇଁ ପ୍ରଦାନ କଲେ ଅଞ୍ଚଳର ପ୍ରକୃତ ବିକାଶ ହୋଇପାରିବ ବୋଲି ଜନସାଧାରଣ ଆଶା ବାନ୍ଧିଛନ୍ତି।
ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news


