ହିରାମୁଣ୍ଡା ପୋଖରୀ ସହଭାଗିତା ରେ ନବୀକରଣ ଏବଂ ପଙ୍କ ଉଦ୍ଧାର କାର୍ଯ୍ୟ ତଦାରଖ କଲେ ନଗର ଉନ୍ନୟନ ବିଭାଗ ଅତିରିକ୍ତ ନିର୍ଦ୍ଧେଶକ,ଭିତର ମାଟିକୁ ବାହାର ହୁଡ଼ା ରେ ଦେବାକୁ ନିର୍ଦ୍ଧେଶ

ନୂଆପଡା :୦୫.୦୫.(AKN NEWS): ନୂଆପଡ଼ା ଜିଲ୍ଲା ଖଡିଆଳ ଠାରେ ଥିବା ପୋଖରୀ ବନୀକରଣ ଏବଂ ସହଭାଗିତାରେ ପଙ୍କ ଉଦ୍ଧାର କାର୍ଯ୍ୟ ଚାଲୁ ରହିଅଛି। କାର୍ଯ୍ୟର ଅଗ୍ରଗତି ଏବଂ ସରକାରୀ ଅର୍ଥ ସଦବିନିଯୋଗ ନେଇ ନଗର ଉନ୍ନୟନ ବିଭାଗ ଅତିରିକ୍ତ ନିର୍ଦ୍ଧେଶକ ସୁଶାନ୍ତ କୁମାର ମିଶ୍ର କାର୍ଯ୍ୟ ସ୍ଥଳୀକୁ ପରିଦର୍ଶନ କରିଛନ୍ତି। ପ୍ରାଚୀନ ପୋଖରୀ ର ପୂର୍ବ ହୁଡ଼ା ଦୀର୍ଘ ୧୦୦ ବର୍ଷ ରୁ ଉର୍ଦ୍ଧ ହେବା ଜଳ ରହିଥିବା ବେଳେ ହୁଡ଼ାରେ ସଡ଼କ ବଡ କରିବା ନେଇ ପୋଖରୀ ଜଳାଶୟ ର ପୋତି ହେଉଥିବା ଅଭିଯୋଗ କରିଥିଲେ।
୧୨ ଏକର ଜମିରେ ନିର୍ମିତ ଜଳାଶୟ ଜମି ଚିହ୍ନଟ କରି ଆବଶ୍ୟକ ସ୍ଥଳେ ଓସାର ଏବଂ ଲମ୍ୱା କରିବାକୁ ଅନୁରୋଧ କରିଥିଲେ।ପୂର୍ବ ରେ ହୀରାମୁଣ୍ଡା ସ୍ଥିତି କୁ ବଜାୟ ରହିବ। ବିଗତ ବର୍ଷ ମାନଙ୍କରେ ଜଳାଶୟ କୁ ବର୍ଷା ଦିନ ରେ ବାହାର ମାଟି ଆସି ପୋତି ହୋଇଥିବା ବେଳେ ସେହି ପଙ୍କ ମାଟି କୁ ଜଳାଶୟ ବାହାର ହୁଡ଼ା ରେ ଦେବାକୁ ଜନସାଧାରଣ ଦାବୀ କରିଥିଲେ। ଶ୍ରୀ ମିଶ୍ର ଜଳାଶୟ ନବୀକରଣ ରେ ଏଠାକାର ଜନସାଧାରଣଙ୍କ ଦାବିକୁ ଦୃଷ୍ଟି ଦେବାକୁ ଆହ୍ବାନଛନ୍ତି। ଅର୍ଥ ର କୌଣସି ଅଭାବ ନାହିଁ,କାର୍ଯ୍ୟ ଉନ୍ନତୀକରଣ ପାଇଁ ପ୍ରସ୍ତାବ ଦେଇ ଅଧିକ ଅର୍ଥ ଆଣି ହେବ ବୋଲି କହିଥିଲେ। ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ।
ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news


