ଓଡିଶା ଖବର

ଇପିଙ୍ଗ ଗ୍ରାମରେ ମା ଶ୍ୟାମାକାଳୀ ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି ।

(AKN NEWS): ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ କୃଷ୍ଣ ପ୍ରସାଦ ଗଡ ଇପିଙ୍ଗ ବ୍ରାହ୍ମଣ ସାହିରେ ମା ଶ୍ୟାମା କାଳୀ ଦେବୀଙ୍କ ପୂଜା ବେଶ୍ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ମୁଖ୍ୟ ଆଚାର୍ଯ୍ୟ ଶ୍ରୀ ନିଷିକାନ୍ତ ତ୍ରିପାଠୀ ଙ୍କ ପରାମର୍ଶ କ୍ରମେ ତା -୨୦-୧୦ ୨୫ ରିଖ ସୋମବାର ଦିନ ଅପରାହ୍ନ ୪ ଘଟିକା ସମୟେ ମାହେନ୍ଦ୍ର ବେଳାରେ ଯଥା ବିଧି ପୂଜା ଅନୁଷ୍ଠିତ ପରେ ଗ୍ରାମ୍ୟ ପୁଷ୍କରିଣୀରୁ ଜଳଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା କର୍ତ୍ତା ଭାବରେ ସୁଶାନ୍ତ କୁମାର ପଣ୍ଡା,ତାପସ ବାରିକ,ପ୍ରକାଶ ବେହେରା ଦିବ୍ୟ ଜଳପୂର୍ଣ୍ଣ କଳସ ଧରି ଗ୍ରାମ ପରିକ୍ରମା କରି ପୂଜା ମଣ୍ଡପ ରେ ପହଞ୍ଚିଥିଲେ । ତତ୍ ପରେ ମା କାଳୀ ମା ମହାଲକ୍ଷ୍ମୀ ମା ମହା ସରସ୍ଵତୀ ଦେବୀଙ୍କୁ ଆବାହନ ପୂର୍ବକ ପୂଜା ଆରମ୍ଭ କରାଯାଇଥିଲା ଉକ୍ତ ପୂଜା ଉତ୍ସବରେ ମା ଶ୍ୟାମା କାଳୀ ପୂଜା କମିଟି ର ସଭାପତି ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା,ସମ୍ପାଦକ ଅଜିତ୍ କୁମାର ପଣ୍ଡା, କୋଷାଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ବେହେରା ଙ୍କ ନେତୃତ୍ବରେ ଏବଂ କମିଟି ର ସମସ୍ତ ସଦସ୍ୟଙ୍କ ପୂର୍ଣ୍ଣ ସହଯୋଗରେ ଆଜକୁ ପ୍ରାୟ ୨୯ ବର୍ଷ ଧରି ମା ଶ୍ୟାମାକାଳୀ ଙ୍କ ପୂଜା ବେଶ୍ ଶାନ୍ତି ଶୃଙ୍ଖଳାର ସହିତ ପାଳିତ ହୋଇ ଆସୁଅଛି ଉକ୍ତ ଉତ୍ସବର ଆଜି ଦ୍ୱିତୀୟ ଦିବସ ଆହୁରି ଦୁଇଦିନ ପୂଜା ଚାଲୁ ରହିବା ସହିତ ଗୁରୁବାର ପୂର୍ଣ୍ଣାହୁତି କାର୍ଯ୍ୟ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି । ଏହି ପୂଜା କରିବା ଦ୍ୱାରା ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଠି ହବା ସହିତ ଭକ୍ତଙ୍କ ହୃଦୟରେ ସକାରାତ୍ମକ ମନଭାବ ଏବଂ ମାନସିକ ଧାରି ଭକ୍ତ ମାନଙ୍କର ମାନସିକ ପୂରଣ ହେଉଛି ବୋଲି ମାନସିକ ଧରି ଭକ୍ତମାନେ ମତ ପ୍ରକାଶ କରିଛନ୍ତି ।

କୃଷ୍ଣ ପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!