ଓଡିଶା ଖବର
ବୈପାରିଗୁଡ଼ା ଠାରେ କାଳୀପୂଜା ପାଳିତ

ବୈପାରିଗୁଡ଼ା ୨୧/୧୦ (ଏ.କେ.ଏନ.): ବୈପାରିଗୁଡ଼ା ବ୍ଲକ ସଦର ମହକୁମାର କାଠାମିଲ ସାହିରେ ମାଁ କାଳିପୂଜା ପୂଜା ପାଳିତ ହୋଇଯାଇଛି । ଘରେ ଘରେ ଦୀପାବଳୀ ଉତ୍ସବ ପାଳନ କରି ଖୁସି ମନେଇବା ସହ ମାଁ କାଳୀଙ୍କୁ ଆରାଧନା କରିଥିବା ଜଣା ପଡ଼ିଛି । ପାରମ୍ପାରିକ ରୀତିନୀତି ଅନୁଯାୟୀ ମାଁ କାଳୀଙ୍କ ପୂଜାର୍ଚ୍ଚନା କରାଯାଇଥଏ । ମାଁ କାଳୀଙ୍କ ପାରମ୍ପରିକ ପୂଜାର୍ଚ୍ଚନା ବୈପାରିଗୁଡ଼ା ସଦର ମହକୁମା ଦିଗାପୁର ରାସ୍ତା ନିକଟସ୍ଥ କାଠାମିଲ ସାହିରେ ପ୍ରତ୍ୟେକ ବର୍ଷ ହେବ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ମଧ୍ୟ ପୂଜାମଣ୍ଡପରେ ମହା ଆଡମ୍ବରରେ ପୂଜା ପାଳିତ କରିଛନ୍ତି । ବୈପାରିଗୁଡ଼ା କାଳୀପୂଜା କମିଟି ପକ୍ଷରୁ ଶାନ୍ତି ସୃଙ୍ଖଳାରେ କାର୍ଯ୍ୟକ୍ରମ କରିବାକୁ ସ୍ତିର କରୁଥିବା ବେଳେ ସଂନ୍ଧ୍ୟା ସମୟରେ ମାଙ୍କ ଦର୍ଶନ ନିମନ୍ତେ ବିଭିନ୍ନ ଗ୍ରାମରୁ ଭକ୍ତ ଆସୁଥିବାର ଦେଖିବାକୁ ମିଳିଛି।
ବୈପାରିଗୁଡ଼ା ରୁ ବିଜୟ ପାଙ୍ଗି ଙ୍କ ରିପୋର୍ଟ AKN NEWS


