ଓଡିଶା ଖବର
ଉଦ୍ଭିଦ ବିଜ୍ଞାନ ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ପ୍ରଜ୍ଞା ।।

ଉଦ୍ଭିଦ ବିଜ୍ଞାନ ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ପ୍ରଜ୍ଞା ।।
ତା 13/06/24
ସ୍ଥାନ ବରଗଡ
ରିପୋର୍ଟ ରଜନୀକାନ୍ତ ସାହୁ
ଚଳିତ ବର୍ଷ ୨୦୨୪ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ର ଯୁକ୍ତ ୩ ବିଜ୍ଞାନ ର ଫଳ ପ୍ରକାଶ ପାଇଛି। ଉଦ୍ଭିଦ ବିଜ୍ଞାନ ବିଭାଗରେ ଟ୍ରଷ୍ଟ ଫଣ୍ଡ ଡିଗ୍ରୀ ମହାବିଦ୍ୟାଳୟ ର ଛାତ୍ରୀ ପ୍ରଜ୍ଞ୍ୟା ପରୀମିତା ମାଝୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ଗାଇସିଲଟ ବ୍ଲକ ବୁରୋମୁଣ୍ଡା ସରକାରୀ ରାଜ କୁମାର ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ପଞ୍ଚାନନ ମାଝୀଙ୍କ ସୁପୁତ୍ରୀ ଓ ମା ରୀନା ମାଝୀ ଜଣେ ଗୃହିଣୀ।ପ୍ରଜ୍ଞ୍ୟା ଗାଇସିଲଟ ଶିଶୁ ମନ୍ଦିର ତଥା ଓଡ଼ିଆ ଆଦର୍ଶ ବିଦ୍ୟାଳୟ ର ଜଣେ କୃତୀ ଛାତ୍ରୀ ଥିଲେ। ତାଙ୍କ ସଫଳତା ପାଇଁ ଅଧ୍ୟାପକ ଶ୍ରୀ ସଂଜୀବ କୁମାର ଦାଶ ଙ୍କୁ ପ୍ରଜ୍ଞ୍ୟା ଶ୍ରେୟ ପ୍ରଦାନ କରିଥିବା ବେଳେ ଭବିଷ୍ୟତ ରେ ଜଣେ ଭଲ ପ୍ରଫେସର ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ।।
ବରଗଡ ଜିଲ୍ଲା ଗାଇସିଲେଟ ରୁ ରଜନୀକାନ୍ତ ସାହୁ ଙ୍କ ରିପୋର୍ଟ akn ନ୍ୟୁଜ l


