ଓଡିଶା ଖବର

ଓଁ ଲେଖି ଖଡି ଛୁଇଁଲେ. ମାଳି ଗାଁ ସ୍କୁଲ ପିଲାଏ.

ଭବାନୀପାଟଣା(AKN NEWS): ଜାତୀୟ ଶିକ୍ଷାନୀତି 2020 ଅନୁଯାୟୀ ଶିଶୁ ବାଟିକା ଓ ପ୍ରାଥମିକ ଶିକ୍ଷା କୁ ସୁଦୃଢ କରିବା ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଳା ର ବିଭିନ୍ନ ସ୍କୁଲ ରେ ପ୍ରବେଶ ଉଛବ ଓ ଖଡିଛୁଆଁ 2025 ଅୟୋଜିତ ହୋଇ ଜିଲାସ୍ତରୀୟ, ବ୍ଲକ ସ୍ତରୀୟ ସହ ପ୍ରତି ସ୍କୁଲ ରେ ପାଳିତ ହୋଇଯାଇଛି. ସଦର ବ୍ଲକ ଅର୍ନ୍ତଗତ ମାଳିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ମଧ୍ଯ ଏହି ଉଛବ ପାଳନ ହୋଇ ଯାଇଛି.

ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ରୀନା ପାଣିଗ୍ରାହୀଙ୍କ ଅଧକ୍ଷତାରେ ପ୍ରବେଶ ଉଛବ ଓ ଖଡି ଛୁଆଁ ପର୍ବ ଅନୁଷ୍ଟିତ ହୋଇ ଯାଇଛି.ପ୍ରାକ୍ ବିଦ୍ୟାଳୟ ରେ ନୂତନ ଭାବେ 11 ଜଣ ଛାତ୍ରଛାତ୍ରୀ ପ୍ରବେଶ କରିଥିଲେ. ନୂତନ ଛାତ୍ରଛାତ୍ରୀ ଙ୍କୁ ଫୁଲ ଚନ୍ଦନ ଦେଇ ସ୍ଵାଗତ କରାଯାଇଥିଲା. ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ ଉତ୍ସାହିତ ହୋଇ ସହଯୋଗ କରିଥିଲେ. ପୂର୍ବତନ ବ୍ଲକ୍ ଅଧକ୍ଷ ବେଣୁଧର ଛତ୍ରିୟା, ସାମାଜ ସେବୀ ହୃଷୀକେଶ ସାହୁ ପ୍ରମୂଖ ଉପସ୍ଥିତ ଥିଲେ. ଶିକ୍ଷୟତ୍ରୀ ମାନେ ପିଲାଙ୍କୁ ସ୍ୱାଗତ୍ କରି ସ୍ଲେଟ୍ ରେ ଓଁ ଲେଖି ଖଡି ଛୁଆଁଇଲେ. ପରେ ପୋଷଣ ଖାଦ୍ଯ ଭାବେ ମାଣ୍ଡିଆ ଲଡୁ ଖାଇବାକୁ ଦିଆ ଯାଇଥିଲା.

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!