ଓଡିଶା ଖବର

ଖୋର୍ଦ୍ଧାରେ ଶିଳ୍ପ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :(AKN NEWS): ଖୋର୍ଦ୍ଧା ଜିଲ୍ଲାରେ ୧୧ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଥମେ ହଳଦୀପଦା ଅସ୍ଥାୟୀ ହେଲିପ୍ୟାଡ୍‌ ରେ ଆଜି ଦିନ ୧୨ଟାରେ ଅବତରଣ କରିଥିଲେ ମୁଖ୍ୟମନ୍ତ୍ରୀ । ସେଠାରେ ସେ କାଳିବେତୀ ଓ ହଳଦୀପଦା ଆଦି ଦୁଇଟି ସ୍ଥାନରେ ଶିଳ୍ପ ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ କରିଥିଲେ ।ହଳଦୀପଦାରେ ଆୟୋଜିତ ସମାବେଶକୁ ସମ୍ବୋଧିତ କରି ମୁଖମନ୍ତ୍ରୀ କହିଲେ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ଶା ଗଠନ ଲକ୍ଷ୍ୟ ରହିଛି। ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ। ତଥାପି ଓଡ଼ିଶାକୁ ପ୍ରଗତିପଥରେ ଆଗେଇ ନେବାକୁ ହେଲେ ଦ୍ରୁତ ଶିଳ୍ପାୟନ ଜରୁରୀ।ଏହି ପ୍ରକଳ୍ପରେ ୧୬ହଜାର କୋଟି ପୁଞ୍ଜିନିବେଶ ସହ ୩୫ହଜାର ଯୁବତୀଯୁବକଙ୍କୁ କର୍ମ ନିଯୁକ୍ତି ଦିଆଯିବ। ପୂର୍ବ ସକାର ଏମ୍‌ଓୟୁ ସ୍ବାକ୍ଷର କରୁଥିଲେ, ଶିଳ୍ପ ପ୍ରକଳ୍ପ ଆରମ୍ଭ ହୋଇ ପାରି ନଥିଲା। ଆମ ସରକାର ଯାହା ପ୍ରତିଶ୍ରୁତି ଦେଇଛନ୍ତି ତାହା କାର୍ଯ୍ୟକାରୀ କରୁଛନ୍ତି । ଶିଳ୍ପସଂସ୍ଥାକୁ ସ୍ବାଗତ କରିବା ସହ ଭିତ୍ତିଭୂମି ଯୋଗାଇ ଦିଆଯାଇଛି। ରାଜ୍ୟର ବିକାଶରେ ସହଭାଗୀ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ କରିଛନ୍ତି। ଏହି ଅବସରରେ ଶିଳ୍ପ ସଂସ୍ଥାର ସିଇଓମାନେ ଉପସ୍ଥିତ ରହି ଅନୁଭୂତି ପ୍ରଦାନ କରିଥିଲେଅନ୍ୟମାନଙ୍କ ମଧ୍ୟରେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ, ଶାସନ ସଚିବ ହେମନ୍ତ ଶର୍ମା, ଇପିକଲ ନିଦ୍ଦେର୍ଶକ ଭୂପିନ୍ଦର ପୁନିଆ, ବିଧାୟକ ପ୍ରଶାନ୍ତ ଜଗଦେବ ଓ ବିଭୂତି ବଳବନ୍ତରାୟ ଓ ଜିଲାପାଳ ଚଞ୍ଚଳ ରାଣା ଉପସ୍ଥିତ ଥିଲେ।

ସମୀର ରଞ୍ଜନ ନାୟକ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!