ଓଡିଶା ଖବର

ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଲିମିଟେଡ ପକ୍ଷରୁ ସହାୟତା ପ୍ରଦାନ।

ଦାରିଙ୍ଗବାଡ଼ି, ବ୍ରାହ୍ମଣୀଗାଁ, ୨୮/୪,(AKN News) କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅନ୍ତର୍ଗତ ସିମନବାଡି ଠାରେ ଶନିବାର ଦିନ ବାଇକ୍ ଦୁର୍ଘଟଣାରେ ଅନିଲ ପ୍ରଧାନ ଗୁରୁତର ହୋଇ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇଥିଲେ।ଅନିଲ ପ୍ରଧାନ ଜଣେ ଶ୍ରମିକ ହୋଇଥିବାରୁ ଅଧିକ ଚିକିତ୍ସା କରିବାରେ ବିଫଳ ହୋଇଥିଲେ। ଏହାକୁ ଖବର ପାଇ ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଲିମିଟେଡ ପକ୍ଷରୁ ଅନିଲ ପ୍ରଧାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସହାୟତା ପ୍ରଦାନ ସମୟରେ ଏଥିରେ ଶାଖା ପ୍ରବନ୍ଧକ ଜିତେନ୍ଦ୍ର ମାଝୀ,ସହ ଶାଖା ପରିଚାଳକ ରାଜେଶ କନ୍ଧ,

ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀକାନ୍ତ କୁମାର ସାହୁ,କ୍ଷେତ୍ର ଅଧିକାରୀ ବବିତା ସାହୁ ଏବଂ କ୍ରିଷ୍ଣା ସାହୁ ପହଞ୍ଚି ଗୁରୁତର ଅନିଲ ପ୍ରଧାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏଥି ସହିତ ଆବଶ୍ୟକ ହେଲେ ଏକ ଲକ୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ସେମାନେ କହିଛନ୍ତି ।

ଦାରିଙ୍ଗବାଡ଼ି ରୁ ଅଶ୍ୱିନ ମନ୍ତ୍ରୀଙ୍କ ରିପୋର୍ଟ AKN News।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!