ଡ଼. ଶିବରାମ ନାୟକ ନର୍ଲା ନିର୍ବାଚନ ମଣ୍ଡଳୀ ରେ ଜୋରଦାର ପ୍ରଚାର

ଡ଼. ଶିବରାମ ନାୟକ ନର୍ଲା ନିର୍ବାଚନ ମଣ୍ଡଳୀ ରେ ଜୋରଦାର ପ୍ରଚାର
ଭବାନୀପାଟଣା,(AKN NEWS): ତା 29/04/2024 ରିଖ ନର୍ଲା ରେ ତାତି ଯେତିକି ବଢୁଛି ରାଜନୈତିକ ଉଷ୍ମତା ସେତିକ ଦେଖିବାକୁ ମିଳୁଛି | ଆଜି କଳାହାଣ୍ଡି ଜିଲ୍ଲା ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ପ୍ରଚାର କୁ ଜୋରଦାର କରିଛନ୍ତି କଳାହାଣ୍ଡି ର ଜଣାଶୁଣା ବିଶିଷ୍ଠ ଶିକ୍ଷାବିତ ଓ ସମାଜସେବୀ ତଥା ଫରୱାର୍ଡ ବ୍ଲକ ପ୍ରାର୍ଥୀ ଡ଼. ଶିବରାମ ନାୟକ | ନର୍ଲା ନିର୍ବାଚନ ମଣ୍ଡଳୀ ର ଦୁର୍ଗମ ଅଞ୍ଚଳ ର ବିଭିନ୍ନ ପଞ୍ଚାୟତ ଓ ଗ୍ରାମ କୁ ଯାଇ ଲୋକଙ୍କୁ ଭେଟି ଭୋଟ ଭିକ୍ଷା କରୁଛନ୍ତି ଡ଼. ନାୟକ |
ନର୍ଲା ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଗଳି କନ୍ଦି କୁ ଯାଇ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଓ ଯୁବ ଭୋଟର ମାନଙ୍କୁ ସ୍ୱାଗତ କରିବା ସହ ଆଗାମୀ ନିର୍ବାଚନରେ ଏପରି ଶିକ୍ଷାବିତ୍ ଙ୍କୁ ଚୟନ କରି ଫୋରୱାର୍ଡ ବ୍ଲକର ବିଧାନସଭା ପ୍ରାର୍ଥୀ ଙ୍କୁ ସିଂହ ଚିହ୍ନ ରେ ବିପୁଳ ମାତ୍ରା ରେ ଭୋଟ ଦେବା ପାଇଁ ଆହ୍ୱାନ କରିଛନ୍ତି | ଏହା ସହିତ ଫୋରୱାର୍ଡ ବ୍ଲକ ର ବିଧାନସଭା ପ୍ରାର୍ଥୀ ଙ୍କ ଇସ୍ତିହାର ଗୁଡିକୁ ମଧ୍ୟ ଗ୍ରହଣୀୟ ବୋଲି ନର୍ଲା ନିର୍ବାଚନ ମଣ୍ଡଳୀ ବିବେଚନା କରିଛନ୍ତି | ଏହି ପରିପ୍ରେକ୍ଷୀରେ ଶତାଧିକ ନୂତନ ଭୋଟର ଙ୍କ ସହିତ ଗାଁ ର ଜନତା ମଧ୍ୟ ସାମିଲ ହୋଇଥିଲେ l
ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ଯୁଜ।



