ଓଡିଶା ଖବର

ଓଡିଶା ରୁ କୁକୁଡ଼ା ନେବନି ପଶ୍ଚିମବଙ୍ଗ 

ଭୁବନେଶ୍ୱର (AKN NEWS): ପିପିଲିରେ ବାର୍ଡ ଫ୍ଲୁ ଆତଙ୍କ ଭୟ ଭିତରେ ଆରମ୍ଭ ହେଲା କୁକୁଡା ମରା ଅଭିଯାନ। ୨୦ ହଜାରରୁ ଅଧିକ କୁକୁଡା ମାରିବା ପାଇଁ ନିଷ୍ପତ୍ତି ନିଆଯାଇଛି, ଗତକାଲି ସଂଧ୍ୟାରୁ ଆଜି ପର୍ଯ୍ୟନ୍ତ ପିପିଲି ଆବଲପୁର ଗାଁରୁ ପ୍ରାୟ ୫ ହଜାର କୁକୁଡ଼ା ମରାଯାଇଥିଲା ବେଳେ ପୂରା ଅଞ୍ଚଳରୁ ବିଭିନ୍ନ ବ୍ରଏଲର ଫାର୍ମରେ ଥିବା ପ୍ରାୟ ୨୦ ହଜାରରୁ ଅଧିକ କୁକୁଡ଼ା ମାରିବାକୁ ଲକ୍ଷ୍ୟ ରଖାଯାଇଛି। କିଲିଂ ଅପରେସନ୍ ସହ ସାନିଟେସନ୍ ଉପରେ ମଧ୍ୟ ବିଶେଷ ଗୁରୁତ୍ବ ଦେଉଛି ବିଭାଗପିପିଲି ଅଞ୍ଚଳରେ ଥିବା ୪୭ ଫାର୍ମରୁ ମରାଯିବ ୨୦ ହଜାରରୁ ଅଧିକ କୁକୁଡ଼ା। ବାର୍ଡ କଲିଂ ପାଇଁ ଗଠନ କରାଯାଇଛି ୧୨ ଜଣିଆ ଟିମ୍। ଗତକାଲି ପିପିଲି ପ୍ରାଣୀ ଚିକିତ୍ସା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ। ଏପଟେ ଚାଷୀ ମାନେ କ୍ଷତି ପୁରୁଣ ପାଈଥିନାରୁ ବଢୁଛି ଅସନ୍ତୋଷ । ପୁରୀ ଜିଲାର ପିପିଲି ବ୍ଲକରେ ବ୍ରଏଲର କୁକୁଡାଙ୍କଠାରେ ବାର୍ଡ-ଫ୍ଲୁ ରୋଗ ଚିହ୍ନଟ ହେବା ଚିନ୍ତା ବଢ଼ାଇ ଦେଇଛି। ପଶ୍ଚିମବଙ୍ଗ ପଲ୍ୟୁଟ୍ରି ଫେଡେରେସନ ପକ୍ଷରୁ ଓଡ଼ିଶାରୁ ପଶ୍ଚିମବଙ୍ଗକୁ କୁକୁଡା ଓ କୁକୁଡା ଜାତ ଦ୍ରବ୍ୟର ଆମଦାନୀ ଉପରେ ରବିବାର ରୋକ୍ ଲଗାଯାଇଛି।

ଭୋପାଳସ୍ଥିତ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଫର ହାଇ ସିକ୍ୟୁରିଟି ଆନିମଲ ଡିଜିଜେସ୍ (ଏନ୍ଆଇଏ ।ଇଏଚ୍ଏସ୍ଏଡି) ପକ୍ଷରୁ ୨୩ ତାରିଖରେ ପ୍ରକାଶିତ ରିପୋର୍ଟରେ ପିପିଲିର ଆବଲପୁର ଅଞ୍ଚଳରୁ ସଂଗୃହୀତ ନମୂନାରେ ଏଚ୍୫ ଏନ୍୧ ଏଭିଆନ୍ ଇନ୍ଫ୍ଲୁଏଞ୍ଜା ଭାଇରସ୍ ଚିହ୍ନଟ ହେବା ପରେ ଏହି ନିଷ୍ପଭି ନିଆଯାଇଥିବା ସୂଚନା ମିଳିଛି।

ଅନ୍ୟପପଟେ ପଶ୍ଚିମବଙ୍ଗ ପଲ୍ୟୁଟ୍ରି ଫେଡେରେସନ ପକ୍ଷରୁ ଉକ୍ତ ରାଜ୍ୟର ସମସ୍ତ କୁକୁଡା ବ୍ୟବସାୟୀଙ୍କୁ ଏହି ସୂଚନା ଦିଆଯିବା ସହ ଓଡ଼ିଶାରୁ କୌଣସି ଜୀବନ୍ତ କୁକୁଡା ଓ କୁକୁଡା ଉତ୍ପାଦ ନଆଣିବା ପାଇଁ ନିର୍ଦେଶ ଦିଆଯାଇଛି। ଏଦିଗରେ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!