ପଡୋଷୀ ରାଜ୍ୟର ଆନ୍ଧ୍ର ରl ଦାଦାଗିରି

ଭୁବନେଶ୍ୱର (AKN NEWS): ଦିନକୁ ଦିନ ପଡୋଶୀ ରାଜ୍ୟ ଆନ୍ଧ୍ରା ର ଦାଦାଗିରି ପଢିଚାଲିଥିବା ଦେଖିବାକୁମିଳୁଛି l ନିର୍ବାଚନ ପରେ ଦ୍ଵିତୀୟ ଥର ପାଇଁ କୋଟିଆରେ ଅନୁପ୍ରବେଶ କରି ଆନ୍ଧ୍ରା l ସାଲୁର ବ୍ଲକ କର୍ମଚାରୀ ଧୂଳିପଦର ଗାଁରେ ମନରେଗା କାର୍ଯ୍ୟଦେଶ ପାଇଁ ଗ୍ରାମ ସଭା କରିଛି l କୋଟିଆ ଗ୍ରାମପୁଞ୍ଜର ତଳ ଗଂଜେଇପଦର ନେରେଡିଵାଲସା ଫଗୁଣସିନେରୀ ଓ ଫାଟୁସିନେରୀ ପାଇଁ ଏହି ଗ୍ରାମସଭା ହୋଇଛି l ସ୍ୱାସ୍ଥ୍ୟ ଶିବିର ପରେ ଗ୍ରାମପୁଞ୍ଜର ହିତାଧୀକାରିଙ୍କୁ ମନରେଗା ଯୋଜନାରେ କାମ ଯୋଗାଇ ନିଜ ସପକ୍ଷେରେ ସମର୍ଥନହାତେଇବାକୁ ଆଉ ଏକ ଯୋଜନା କରିଛି ଆନ୍ଧ୍ରା l ଗ୍ରାମସଭାରେ ଆନ୍ଧ୍ରା ପକ୍ଷରୁ ନିର୍ବାଚିତ ଗଂଜେଇପଦର ସରପଞ୍ଚ ଦିବାକର, ଗେମେଲ ପୂର୍ଵ ସରପଞ୍ଚ ବିଶୁ ଗେମେଲ ସମତେ ଏଏନଏମ ବବିତା, ବିଦ୍ୟୁତ ବିଭାଗ ଅଧିକାରୀ ରାମକ୍ରୀଷ୍ଣାଙ୍କ ସମେତେ ଏପିଓ ସାଲୁର ଏବଂ କମ୍ୟୁନିଟି ରିସୋର୍ସ ପର୍ସନ କାନପୁରୀ ଯୋଗ ଦେଇଥିଲେ l ଯୁବକ, ମହିଳା ଓ ବୟସ୍କଙ୍କୁ ନେଇ ହୋଇଥିବା ଗ୍ରାମ ସଭା ଶେଷ ହେବା ପରେ ଆନ୍ଧ୍ରା ସ୍ୱାସ୍ଥ୍ୟ ଟିମ ପହଂଚିଥିଲା l ସ୍ୱାସ୍ଥ୍ୟସେବାରେ କୋଣସି ସମସ୍ୟା ଦେଖାଦେଲେ କୋଟିଆ ସ୍ୱାସ୍ଥ୍ୟକେନ୍ଦ୍ର ବଦଳରେ ଆନ୍ଧ୍ର ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିବା ପାଇଁ ସିଧାସଳଖ କୁହାଯାଇଥିଲା l ଏପରିକି ଫୋନ କଲେ ଜରୁରୀକାଳୀନ ସେବା ପାଇଁ ଆମ୍ବଲାନ୍ସ ଯୋଗାଯୋଗ ପାଇଁ ଆନ୍ଧ୍ର ପ୍ରତିଶ୍ରୁତି ଦେଇଛି l ମାଗଣା ବିଜୁଳି ଆନ୍ଧ୍ର ଯୋଗାଇ ଦେଇଥିବାରୁ ଓଡିଶା ବିଜୁଳି ବ୍ୟବହାର ନ କରିବାକୁ ଆନ୍ଧ୍ର ଅଧୀକାରୀ ଲୋକଙ୍କୁ ପ୍ରବର୍ତ୍ତାଇଛନ୍ତି l ତେବେ ଆନ୍ଧ୍ର ର ଏପରି କାର୍ଯ୍ୟ ଓଡିଶା ସରକାର ଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି l ଅତିତ ରେ ସବୁ ସୀମା କୁ ନେଇ କଣ ସବୁ ଘଟିଛି ନଜର ପକେଇ ନେବା ଥରେ l ଓଡିଶା ରାଜ୍ୟର ଜନସାଧାରଣ ମାନେ ପଡୋଶୀ ରାଜ୍ୟ ଲୋକଙ୍କ ସହ ଭାଇଚାରା ସମ୍ପର୍କରେ ଚଳନ୍ତି ଏବଂ ପଡୋଶୀ ରାଜ୍ୟର ଅଧୀବାସୀ ମାନେ ମଧ୍ୟ ଓଡିଶା ସୀମାନ୍ତରେ ଵାସ କରୁଥିବା ଲୋକଙ୍କ ସହିତ ମଧ୍ୟ ଉତ୍ତର ସମ୍ପର୍କ ରଖିଥାନ୍ତି l କିନ୍ତୁ ବର୍ତମାନ କେତକ ଓଡିଶା ସୀମାନ୍ତ ଅଞ୍ଚଳକୁ ଧସେଇ ପଶିଆସୁଛନ୍ତି ପଡୋଶୀ ରାଜ୍ୟ l ଏହାର ସମାଧାନ ସମ୍ଭବ l ଯଦି ଏହାକୁ ଗୁରୁତର ସହିତ ଚିନ୍ତାକରି ଉଭୟ ରାଜ୍ୟ ମିଶି ନିଷ୍ପତି ନେବେ ତେବେ ସମାଧାନର ବଟ ବାହାରୀପାରିବ କେତେବେଳେ ପାଣିତ ପୁଣି କେତେବେଳେ ବାଲି ଉପରେ ନଜର l ଓଡିଶାର ସୀମାନ୍ତ ଗାଁ ଗୁଡିକ ଅନେକ ଅଂଶରେ ଆଗମ୍ୟ ଅରଣ୍ୟର ଭରପୁର ଫାଇଦା ଉଠେଇବାକୁ ପ୍ରୟାଶରତ ପଡୋଶୀ l ସୀମାନ୍ତର ଅଧୀବାସୀ ମାନଙ୍କୁ ଅନେକ ଲୋଭନିୟ ଯୋଜନା ଦେଖାଇ ସେ ମାନେ ପଶି ଆସୁଛନ୍ତି l ତେଣୁ ସୀମାନ୍ତ ଅଞ୍ଚଳ ଅଧିବାସୀ ମାନେ ପଡୋଶୀ ରାଜ୍ୟ ପ୍ରତି ଆକର୍ଷିତ ହେବା ଓ ତାଙ୍କ ପ୍ରଲୋଭନରେ ପଡିବା କିଛି ଅସ୍ୱାଭିବି କ କଥା ନୁହେଁ l କିଛି ସୀମାନ୍ତ ଅଞ୍ଚଳର ଲୋକ ମଧ୍ୟ ପଡୋଶୀ ରାଜ୍ୟରେ ରହିବାକୁ ଆନ୍ଦୋଳନ କରିବା ଅନେକ ନିଜର ରହିଛି l193 ମସିହାରେ ଓଡିଶା ଭାଷାଭିତିକ ରାଜ୍ୟ ହେଲା କେତେକ ଅଞ୍ଚଳ ମଧ୍ୟ ସେତେବେଳେ ଆମ ରାଜ୍ୟରୁ ବାଦପଡ଼ିଲା l ପରବର୍ତ୍ତୀ ସମୟରେ ଓଡିଶାରେ ମିଶ୍ରଣ ପାଇଁ ଅନେକ ଆନ୍ଦୋଳନ ମଧ୍ୟରେ ପ୍ରଶାସନିକ ରାଜନୀତିକ ଓ ବ୍ୟକ୍ତିଗତ ନିସ୍କ୍ରିୟତା ପାଇଁ ମଳିନ ପଡ଼ିଲା ଆଜି ପର୍ଯ୍ୟନ୍ତ ଚାଲିଛି l ସେପଟେ କୋଟିଆ, ଜଳେଶ୍ଵରର ବାଲିଆପାଳ ଆଦି ଅନେକ ଅଞ୍ଚଳରେ ବହୁବାର ଜାଗା ମାପଚୂପ, ପ୍ରଶାସନିକ ଅଧୀକାରି ସୂତ୍ରରେ ବୈଠକ ବସିଚାଲିଛି l କିଛି ମାମଲା ମଧ୍ୟ ମାନ୍ୟବର ସୁପ୍ରିମକୋର୍ଟରେ ବିଚାରାଧିନ ରହିଛି l ବହୁଦିନ ହେବ ପଡୋଶୀ ରାଜ୍ୟ ମାନଙ୍କର ଓଡିଶା ସହ ସୀମା ବିବାଦ ଦେଖାଦେଇଥିଲା l କୋରାପୁଟ ଜିଲ୍ଲାର ପଟାଙ୍ଗୀ ବ୍ଲକରେ ଓଡିଶା ସୀମାନ୍ତ ଭିତରୁକୁ ପଶି ଖୁଣ୍ଟ ପୋତିବା ସହ ପୋଖରୀ ଖୋଳିଥିଲା ଆନ୍ଧ୍ର ଦେଖିବାକୁ ମିଳିଥିଲା l ଏହା ସହ ପଶ୍ଚିମବଙ୍ଗ, ଛତିଶଗଡ, ଝାଡ଼ଖଣ୍ଡ ଓ ଆନ୍ଧ୍ର ରାଜ୍ୟକୁ ନେଇ ଦୀର୍ଘବର୍ଷ ହେବ ସମସ୍ୟା ଲାଗିରହିଛି l ପଶ୍ଚିମବଙ୍ଗର ଦିଘା ଶଙ୍କର ଅଥରୀ ଟି ଓଡିଶା ସୀମା ଅଞ୍ଚଳରେ ଭୋଗରାଇ ବ୍ଲକ ଅଧୀନ ସାହାବାଜିପୁର ଗାଁ ଅଞ୍ଚଳରେ ବଳପୂର୍ଵକ ଜମି ଦଖଲ ଅଭିଯାନକୁ ସ୍ଥାନିୟ ବାସିନ୍ଦା ବିରୋଧ କରୁଛନ୍ତି l ନୁଆଁପଡା ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଛତିଶଗଡ ସୀମା ବିବାଦ ଲାଗିରହିଛି l ତେବେ ଓଡିଶା ରାଜ୍ୟ ଓ ପଡୋଶୀ ରାଜ୍ୟ ମାନେ ଉଭୟ ରାଜ୍ୟ ଚାହିଁଲେ ଏହିସୀମା ବିବାଦ ସମାଧାନ ହୋଇ ପାରିବ l
ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ AKN NEWS


