କଂଗ୍ରେସ ଟିକେଟ ପ୍ରକାଶ ପରେ ବିଜେପି ବିଜେଡି ଙ୍କୁ ଝଟକା l

(AKN NEWS): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ପ୍ରାର୍ଥୀ ଭାବେ ଅନିଲ ମେହେର ଙ୍କୁ ଟିକେଟ ମିଳିବା ପରେ ଏବେ ବିଜେଡି ଓ ବିଜେପି କର୍ମୀ ଙ୍କ ଭିତରେ ଛନକା ପଶିଛି!କାରଣ ବର୍ତମାନ ଆଉ କିଛି ଦିନ ପରେ ନିର୍ବାଚନ ହେବାକୁ ଥିବାବେଳେ 2024 ନିର୍ବାଚନ ରେ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ କୁ ପରିବର୍ତ୍ତନ କରିବା ପାଇଁ ଶହ ଶହ ବିଜେଡି କର୍ମୀ ଓ ବିଜେପି କର୍ମୀ ଦଳ ଛାଡି କଂଗ୍ରେସ ମୁଁହା ହୋଇ କଂଗ୍ରେସ ଦଳ ରେ ସାମିଲ ହେଉଛନ୍ତି!ଅନ୍ୟ ପଟେ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ରେ ବିଜେଡି ବିଧାୟକ ସରୋଜ କୁମାର ମେହେର ଯେଉଁ ମାନେ ବିଜେଡି ଦଳ ରେ ରହି ଦିନ ରାତି ପରିଶ୍ରମ କରିଥିଲେ ସେହି ପୁରୁଣା ବିଜେଡି କର୍ମୀ ଙ୍କୁ ଛାଡି ଦେବାରୁ ପୁରୁଣା ବିଜେଡି କର୍ମୀ ମାନେ ଏବେ କେଉଁଠି ସରୋଜ ଙ୍କ ବିରୋଧ ରେ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି ତୋ ପୁଣି ଆଉ କେଉଁଠି କେନ୍ଦୁ ପତ୍ର ସଂଘ କର୍ମଚାରୀ ମାନେ ସାମ୍ବାଦିକ ସମ୍ମିଳନୀ କରୁଥିବା ଦେଖିବାକୁ ମିଳିଥିବାବେଳେ ଏମାନଙ୍କ ଭୋଟ କାହା ପାଖକୁ ଯିବ ତାହାକୁ ନେଇ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ର ମନରେ ବଡ ପ୍ରଶ୍ନବାଚୀ ସୃଷ୍ଟି ହେଉଛି!
ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS


