ଓଡିଶା ଖବର

ତମିଆ ସରପଞ୍ଚକୁ ପଦବୀରୁ ବହିଷ୍କାର ଦାବୀରେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆଦିବାସୀ ସଂଘର ଧାରଣା |

(AKN NEWS): ପାଟଣାଗଡ଼ ବ୍ଲକ ତମିଆ ସରପଞ୍ଚ ତେହେରା ବିବିଙ୍କ ତିନି ସନ୍ତାନ ଥିବାରୁ ପାଟଣାଗଡ଼ ସିଭିଲ ଜଜ ଗତ ନଭେମ୍ବର 30ରେ ତାଙ୍କୁ ଅସିଦ୍ଧ ଘୋଷଣା କରିଥିଲେ | ପଞ୍ଚାୟତ ଦାୟିତ୍ୱ ହସ୍ତାନ୍ତର ପାଇଁ ବଲାଙ୍ଗୀର ଜିଲ୍ଲାପାଳ ଗତ ଡିସେମ୍ବର 11ରେ ପାଟଣାଗଡ଼ ବିଡ଼ିଓଙ୍କୁ ନିର୍ଦ୍ଧେଶ ଦେଇଥିଲେ | ସିଭିଲ ଜଜଙ୍କ ରାୟ ବିରୋଧରେ ସରପଞ୍ଚ ଏଡିଜେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ | ଏଡିଜେ କୋର୍ଟ ମଧ୍ୟ ସିଭିଲ ଜଜ ଙ୍କ ରାୟକୁ ସଂରକ୍ଷିତ ରଖିଥିଲେ | ବିଡ଼ିଓ ତଥାପି ମଧ୍ୟ ନାଏବ ସରପଞ୍ଚଙ୍କୁ ଦାୟିତ୍ୱ ହସ୍ତାନ୍ତର ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କାର୍ଯ୍ୟକାରୀ କରିନଥିବା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଅଭିଯୋଗ କରିଛି | ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କାର୍ଯ୍ୟକାରୀ କରିନଥିବାରୁ ବିଗତ ଦିନରେ ଆଦିବାସୀ ସଂଘ ତମିଆ ପଞ୍ଚାୟତ କାର୍ଯ୍ୟାଳୟ ରେ ତାଲା ଦେଇ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲା | ଆଜି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇଙ୍କ ନେତୃତ୍ୱରେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା | ଆଦିବାସୀ ନେତାମାନେ ପାଟଣାଗଡ଼ ବ୍ଲକ ଅଧିକାରୀଙ୍କ ଅବହେଳା ଯୋଗୁଁ ଆଜି ଏଭଳି ଅନିୟମ କାର୍ଯ୍ୟ ହେଉଥିବା ବୋଲି ନିନ୍ଦା କରିଥିଲେ | ବ୍ଲକ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଇନର ଆଶ୍ରୟ ନେଇ ଉଚିତ ଜବାଜ ଦେବାକୁ ଚେତାବନୀ ଦେଇଥିଲେ | ପରେ ଆନ୍ଦୋଳନ ସ୍ଥଳକୁ ପାଟଣାଗଡ଼ ଜିପିଇଓ, ଏବିଡ଼ିଓ ଆସି ଆନ୍ଦୋଳନକାରୀ ମାନଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା ନିଜ ଜିଦରେ ଅଟଳ ଥିଲେ | ମାନ୍ୟବର ଉଚ୍ଚ ନ୍ୟାୟାଳୟର ନିୟମ ପାଳନ କରି ଅପରାହ୍ନ ଘ.3ରେ ଆନ୍ଦୋଳନ କୁ ସ୍ଥଗିତ କରିଥିଲେ | ମାନ୍ୟବର ଉଚ୍ଚ ନ୍ୟାୟାଳୟ ଦେଇଥିବା ରାୟ ଆସନ୍ତା ଅଗଷ୍ଟ 6 ତାରିଖ ପର୍ଯ୍ୟନ୍ତ ରହିଛି | ଉକ୍ତ ତାରିଖ ପର୍ଯ୍ୟନ୍ତ କେହି ଦାୟିତ୍ୱ ହସ୍ଥାନର କରି ପାରିବେ ନାହିଁ ସେତେ ଦିନ ପର୍ଯ୍ୟନ୍ତ ଅଭିଯୋଗକାରୀ ଅପେକ୍ଷା କରିବା ପାଇଁ ରାୟ ଦେଇଛନ୍ତି | ଆଜିର ଆନ୍ଦୋଳନରେ ସଂଘର ଧବଳେଶ୍ୱର ଭୋଇ, ଜଳ ଧରୁଆ, ସହଦେଵ ଧରୁଆ , ଚୂଡ଼ାମଣି ଧରୁଆ,ସାନ ଭୁଏ, ରମେଶ କୁମୁରା, ଗୌରାଙ୍ଗ ବରିହା, ମଙ୍ଗଳୁ ବରିହାଙ୍କ, ଶେଷଦେବ ଭୋଇ, ବିରଞ୍ଚି ବୁଡ଼େକ, ମନୋଜ ସାହୁ, ଆନନ୍ଦ ଭୋଇ, କାଳିଆ ମେହେର, ପୁର୍ଣ ସାହୁ, ନିରୋଜ ବେହେରା, ସୁନୀଲ ମିଶ୍ରଙ୍କ ସହିତ ଶତାଧିକ ଆଦିବାସୀ ତଥା ଜନସାଧାରଣ ଉପସ୍ଥିତ ଥିଲେ | ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଲରମ୍ଭା ଥାନାଧିକାରୀ ମନୋଜ ପଧାନଙ୍କ ସହିତ ପୋଲିସ ଷ୍ଟାଫ ଉପସ୍ଥିତ ଥିଲେ |

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS 

 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!