କଣ୍ଟାବାଞ୍ଜି ସହରରେ ଡ୍ରେନ୍ ମାନଙ୍କରେ ଭର୍ତ୍ତି ହୋଇଛି ଆବର୍ଜନା ।

କଣ୍ଟାବାଞ୍ଜି (AKN NEWS):ବର୍ଷା ଋତୁ ଆଗରୁ ଡ୍ରେନେଜ୍ ବ୍ୟବସ୍ଥା ସୁଧରିବାକୁ ସରକାର ପକ୍ଷରୁ କଡ଼ା ନିର୍ଦେଶ ଥିବା ସତ୍ବେ କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଅବହେଳା ପରିଲକ୍ଷିତ ହେଉଛି। ସୂଚନା ଯୋଗ୍ୟ ଯେ କଣ୍ଟାବାଞ୍ଜି ଫାଟକ୍ ତଲ ବଙ୍ଗୋମୁଣ୍ଡା ରାସ୍ତାରେ ଡ୍ରେନେଜ ଅବ୍ୟବସ୍ଥା ଥିବାବେଳେ ଆଶ୍ରମ ପଡା, ନୂଆପଡ଼ା, ପୁରୁଣା ବସ୍ତି ଏବଂ ସହର ର ଅନେକ ସ୍ଥାନରେ ଡ୍ରେନ ଗୁଡ଼ିକ ସୌଚନୀୟ ଅବସ୍ଥାରେ ପଡ଼ିରହିଛି। ଡ୍ରେନ ପାଣିରେ ଭାସି ବୁଲୁଛି ଆବର୍ଜନା। ମଶା ମାଛି ଦ୍ଵାରା ସଂକ୍ରମଣ ଅଧିକ ହେଉଥିବା ରୁ ଡେଙ୍ଗୁ , ମ୍ୟାଲେରିଆ, ଟାଇଫଡ , ଡାଇରିଆ ଭଳି ଅନେକ ରୋଗରେ ଲୋକେ ଆକ୍ରାନ୍ତ ହେଉଛନ୍ତି । ଆଗକୁ ବର୍ଷା ଋତୁ ଆରମ୍ଭ ହେବାକୁ ଯାଉଛି ଯଦି ଏହିଭଳି ଅବ୍ୟବସ୍ଥା ରହେ ତାହେଲେ ବର୍ଷା ପାଣିରେ ସମଗ୍ର କଣ୍ଟାବାଞ୍ଜି ଜଳମଗ୍ନ ହୋଇଯିବା ଆଶଙ୍କା ରହିଛି । ଲୋକେ ଆହୁରି ବଡ଼ ବିପଦରେ ପଡ଼ିବେ। ରାଜ୍ୟ ସରକାର ଏଥିପ୍ରତି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ନକଲେ କଣ୍ଟାବାଞ୍ଜି ସହର ବାସୀ ବଡବିପଦ ରେ ପଡ଼ିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ।
ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS


