ବିଶ୍ଵଗୁରୁ ରବୀନ୍ଦ୍ର ନାଥ ତେଗୋରଙ୍କ ଜୟନ୍ତୀ ପାଳିତ

କୁଚିଣ୍ଡା(AKN NEWS):ବିଶ୍ୱଗୁରୁ ରବୀନ୍ଦ୍ର ନାଥ ତେଗୋର ଙ୍କ ଜୟନ୍ତୀ ଉତ୍ସବ ଆଦିବାସୀ ଭବନ ଠାରେ ପାଳିତ ହୋଇଯାଇଛି । ସିଲକି ମହକୁଲ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଥମ ଭାରତୀୟ ନୋବେଲ ବିଜେତା ରବୀନ୍ଦ୍ର ନାଥ ଙ୍କ ଗୀତାଞ୍ଜଳି କାବ୍ୟ ଓ ତାଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ ।ଆସର ରେ ରବୀନ୍ଦ୍ର ସଙ୍ଗୀତ ଓ ନୃତ୍ୟ ପ୍ରଦର୍ଶନ ମଧ୍ୟ ହୋଇଥିଲା ।ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପିକା ସଲିନା ପଟେଲ,ତନୁ ଶ୍ରୀ ସେଠ,ପଲ୍ଲବୀ ତଣ୍ଡିଆ ପ୍ରମୁଖ କବିଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ ।ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ଭିତରେ ବକୃତା ସୌକିନି ମହାନନ୍ଦିଆ, ସୁଖ କିସାନ, ଆରତୀ ବାଦି, ନୃତ୍ୟରେ ବର୍ଷ ଝାଙ୍କର, ଯମୁନା ବାଘ, କୁମୁଦିନୀ କାଲୋ, ମେହେନ୍ଦୀ ରେ ଦିବ୍ୟ ଭାରତି ଦାଙ୍କୋ,ସୁଜାତା ବାଗ ଓ ସୀମା କୁଆ ପ୍ରମୁଖ ଛାତ୍ରୀ ପ୍ରତିଭା ଙ୍କୁ ପୁରସ୍କୃତ କରା ଯାଇ ଥିଲା । ଶେଷରେ ରମେଶ ପଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ବ୍ୟୁରୋ ରିପୋର୍ଟ AKN NEWS


