ଅନନ୍ୟ

କନିଷ୍ଠ ଯନ୍ତ୍ରୀଙ୍କୁ ଚପଲ ମାଡ଼ ଗାଇସିଲେଟ ଥାନାରେ ଅଭିଯୋଗ।

କନିଷ୍ଠ ଯନ୍ତ୍ରୀଙ୍କୁ ଚପଲ ମାଡ଼ ଗାଇସିଲେଟ ଥାନାରେ ଅଭିଯୋଗ।

ତା ୦୮/୦୧/୨୫
ସ୍ଥାନ ବରଗଡ
ରିପୋର୍ଟ ରଜନୀକାନ୍ତ ସାହୁ

ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକର କନିଷ୍ଠ ଯନ୍ତ୍ରୀ ସୋମେନ୍ଦ୍ର ବେହେରା ଆଜି ସକାଳୁ ନିଜ କାର୍ଯ୍ୟରେ ଯୋଗ ଦେବାପାଇଁ ଗାଇସିଲେଟ ରୁ ରାଇସଲପଦର ଯାଉଥିବା ସମୟରେ କଲଙ୍ଗାପାଲି ଛକ ନିକଟରେ ହଟାତ ଗୌରେନମୁଣ୍ଡା ଗ୍ରାମର ବୀରେନ୍ଦ୍ର କୁମାର ସାହୁ ପୁରୁଣା TCB କାମର ମଷ୍ଟରରୁଲ ବାହାର କରିବା ପାଇଁ ବାଧ୍ୟ କରିବାରୁ କନିଷ୍ଠ ଯନ୍ତ୍ରୀ ମନାକରିଥିଲେ । ତେବେ ତୁରନ୍ତ ଉତ୍ୟକ୍ତ ହୋଇ ବିରେନ୍ଦ୍ର କନିଷ୍ଠ ଯନ୍ତ୍ରୀଙ୍କୁ ଚପଲ ରେ ମାଡ଼ ମାରିଥିଲା । ପରେ କନିଷ୍ଠ ଯନ୍ତ୍ରୀ ଏ ନେଇ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଉକ୍ତ ଘଟଣା ବିଷୟରେ ବିଡିଓ ଶ୍ରୀଯୁକ୍ତ ଲକ୍ଷ୍ମଣ ମାଝିଙ୍କୁ ଅବଗତ କରିଥିଲେ । ଘଟଣା ବିଷୟରେ ବିଡିଓ ସମସ୍ତ କର୍ମଚାରୀ ମାନଙ୍କୁ ଡାକି ଏକ ବୈଠକ କରି ତୁରନ୍ତ ସମସ୍ତ କର୍ମଚାରୀ ମାନେ ଗାଇସିଲେଟ ଥାନାରେ ପହଞ୍ଚିଥିଲେ । ଗାଇସିଲେଟ ଥାନାଅଧିକାରୀ କ୍ରାଇମ ମିଟିଂ ଯାଇଥିବାରୁ ସବ ଇନ୍ସପେକ୍ଟର ପ୍ରଦୀପ ତ୍ରିପାଠୀଙ୍କୁ ଏଫ୍. ଆଇ.ଆର ଦେଇଥିଲେ । ତେବେ ପୂର୍ବରୁ ମଧ୍ୟ ଅନେକ ଥର ବ୍ଲକ କର୍ମଚାରୀ ମାନଙ୍କ ଉପରେ ଏମିତି ଆକ୍ରମଣ ହୋଇଥିବାରୁ ବ୍ଲକ କର୍ମଚାରୀ ମାନେ ଯଦି ଉକ୍ତ ଘଟଣାର ଉଚିତ ତଦନ୍ତ କରି ପୋଲିସ ପ୍ରଶାସନ ଦୋଷୀ ବିରୁଧରେ କାର୍ଯ୍ୟାନୁଷ୍ଠାନ ନ କରେ ତେବେ କଲମ ଛାଡ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି । ବରଗଡ ରୁ ରଜନୀକାନ୍ତ ସାହୁ ଙ୍କ ରିପୋର୍ଟ aakn ନ୍ୟୁଜ ll

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!