ଓଡିଶା ଖବର

ବିଡ଼ିଓଙ୍କ ନେତୃତ୍ୱରେ ଶୀତ ମହୋତ୍ସବକୁ ସଫଳ ରୂପାୟନ ପାଇଁ ଅହରହ ଉଦ୍ୟମ । ବିଡ଼ିଓ ପ୍ରୀତିରଞ୍ଜନ ରଥ ଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ର ସୁଅ।

ଦାରିଙ୍ଗବାଡ଼ି, ୮/୧:(AKN News): ଚଳିତ ମାସ ୧୧ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଦାରିଙ୍ଗବାଡ଼ିରେ ଶୀତ ମହୋତ୍ସବ ହେବାକୁ ଯାଉଛି। ଏଥିରେ ମୁଖ୍ୟମନ୍ତ୍ରୀ ଙ୍କ ସମେତ ଅନ୍ୟାନ୍ୟ କ୍ୟାବିନେଟ୍ ମନ୍ତ୍ରୀ ମାନଙ୍କୁ ନିମନ୍ତ୍ରଣ ମଧ୍ୟ ଦିଆଯାଇଛି । ସେମାନେ ଏହି ମହୋତ୍ସବ ରେ ଯୋଗ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ମହୋତ୍ସବ କୁ ସଫଳ ରୂପାୟନ ଦେବାପାଇଁ ଦାରିଙ୍ଗବାଡ଼ି ବିଡ଼ିଓ ପ୍ରୀତିରଞ୍ଜନ ବୁଧବାର ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ କାମ କରୁଥିବା ଦେଖିବାକୁ ମିଳିଛି। ତାଙ୍କ ସହିତ ବ୍ଲକର ଅନ୍ୟ ଅଧିକାରୀ ଉପସ୍ଥିତ ଅଛନ୍ତି ।

ପ୍ରତିଦିନ ବିଡ଼ିଓ ତାଙ୍କ ପ୍ରତିନିଧିମାନଙ୍କୁ ନେଇ ଶୀତ ମହୋତ୍ସବ ସ୍ଥଳରେ ପହଞ୍ଚି ସମସ୍ତ କାର୍ଯ୍ୟ ର ତଦାରଖ କରୁଛନ୍ତି। ଯାହାକୁ ନେଇ ବିଡ଼ିଓ ଶ୍ରୀ ରଥଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି। ସେ ଗତ ବର୍ଷ ଶୀତ ମହୋତ୍ସବ ଠାରୁ ଅଧିକ ଭଲ କରିବାକୁ ଚେଷ୍ଟା ଜାରି ରଖିଥିବା ଜଣାପଡିଛି । ବିଡ଼ିଓ ଶ୍ରୀ ରଥଙ୍କ କାର୍ଯ୍ୟ ରେ ଦାରିଙ୍ଗବାଡ଼ିର ବିଭିନ୍ନ ସଂଘ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ଦେଖାଯାଇଛି।

ଦାରିଙ୍ଗବାଡ଼ି ରୁ ଅଶ୍ୱିନ ମନ୍ତ୍ରୀଙ୍କ ରିପୋର୍ଟ AKN News ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!