ଓଡିଶା ଖବର

ବକ୍ସମା ଉଚ୍ଚ ବିଦ୍ୟାଳୟରେ ପ୍ରତିଭା ସମ୍ମାନ ଉତ୍ସବ ,ଛାତ୍ର,ଛାତ୍ରୀ ନିଜକୁ ନିଜର ପ୍ରତିଦ୍ବନ୍ଦୀ ଭାବରେ ଉପସ୍ଥାପନ କରନ୍ତୁ

କୁଚିଣ୍ଡା,8/1(AKN NEWS): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର ବକ୍ସମା ଉଚ୍ଚ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସଦାନନ୍ଦ ପରିଡ଼ା ଙ୍କ ସଭାପତିତ୍ୱରେ ପ୍ରତିଭା ବିକାଶ ଅଭିଯାନ ର ପ୍ରତିଭା ସମ୍ମାନ ଉତ୍ସବ ପାଳିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିକ୍ଷାବିତ୍ ତଥା ସମାଜସେବୀ ସୁବାସ ଚନ୍ଦ୍ର ନାୟକ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରି ଥିଲେ ।ସେ ତାଙ୍କ ଭାଷଣ ରେ ଛାତ୍ର,ଛାତ୍ରୀ ନିଜ ଭିତରେ ସୌହର୍ଦ୍ୟ ଭାବ ରଖିବା ସହ ନିଜର ପ୍ରତିଦ୍ୱନ୍ଦି ଭାବରେ ନିଜକୁ ହିଁ ଉପସ୍ଥାପନା କରିବାକୁ ଆହ୍ବାନ ଦେଇଥିଲେ । ଏଥିରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପଞ୍ଚାନନ ପରିଡ଼ା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଏହିପରି କାର୍ଯ୍ୟକ୍ରମ ଗୁଡ଼ିକର ଉଚ୍ଚ ପ୍ରଶଂସା କରିଥିଲେ । ସଭା ପ୍ରାରମ୍ଭରେ ଅତିଥି ଗଣ ମହାତ୍ମା ଗାନ୍ଧୀ ଓ ଏ ପି ଜେ ଅବଦୁଲ କଲାମ ଙ୍କ ତୈଳ ଚିତ୍ର ରେ ମାଲ୍ୟାର୍ପଣ କରିଥିଲେ ।ଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ ।ସ୍କୁଲ ର ହିନ୍ଦୀ ଶିକ୍ଷକ ରାଜ କିଶୋର ପଣ୍ଡା ସ୍ଵାଗତ ସମ୍ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ଅଭିଯାନ ର ସଂଯୋଜକ ରମେଶ କିସାନ ଅନୁଷ୍ଠାନ ର ବିବରଣୀ ପାଠ କରିଥିଲେ ।ଶେଷରେ ପ୍ରଧାନ ଶିକ୍ଷକ ବ୍ରଜ ମୋହନ ରଣା ଧନ୍ୟବାଦ୍ ଅର୍ପଣ କରିଥିଲେ ।ଜାତୀୟ ସଙ୍ଗୀତ କୁ ସମସ୍ତେ ଗାନ କରିବା ସହ କାର୍ଯ୍ୟକ୍ରମ ଉଦଯାପିତ ହୋଇଥିଲା ।ପୂର୍ବରୁ ଆୟୋଜିତ ସାଧାରଣ ଜ୍ଞାନ ଓ ଗଳ୍ପ ଲିଖନ ଆଦି ପ୍ରତିଯୋଗିତା ରେ ସୁନୟନା ଦେହୁରୀ ଚାମ୍ପିଅନ ହୋଇଥିବାରୁ ସ୍ଵତନ୍ତ୍ର ଭାବେ ସମ୍ବର୍ଦ୍ଧନା ଦିଆ ଯାଇଥିଲା ।କାର୍ଯ୍ୟକ୍ରମ ପରିଚାଳନାରେ କୈଳାସ ଚନ୍ଦ୍ର ସାହୁ ଓ ଲକିନ୍ଦ୍ର ବାଗ ସହଯୋଗ କରିଥିଲେ ।

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!