*କଳାହାଣ୍ଡି ଚେସ ଏକାଡେମୀ ତରଫରୁ ଜିଲ୍ଲା ସ୍ତରୀୟ ଚେସ ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ*

(AKN NEWS):ଭବାନୀପାଟଣା ସ୍ଥାନୀୟ ତାରିଣୀ ମନ୍ଦିର ରୋଡ ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଚେସ ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି |
ଜିଲ୍ଲା ସ୍ତରୀୟ ଚେସ ପ୍ରତିଯୋଗିତା ରେ ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ଏବଂ ଏହି ପ୍ରତିଯୋଗିତା ରେ ସଫଳ ହୋଇଥିବା କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଗଲା |
କିସ ର କଳାହାଣ୍ଡି ମୁଖ୍ୟ ଦୁଷ୍ମନ୍ତ କୁମାର ପ୍ରଧାନ ମୁଖ୍ୟ ଅତିଥି, ସିନିଅର ନେସନାଲ ଚେସ ଅରବିଟର ରବୀନ୍ଦ୍ର ସାହୁ, ବରିଷ୍ଠ ଚିତ୍ର ଶିଳ୍ପୀ ମୁକୁନ୍ଦ ରେଡ୍ଡୀ ସମ୍ନାନିତ ଅତିଥି ରୂପେ ଉପସ୍ଥିତ ରହି ଚେସ ଛାତ୍ରଛାତ୍ରୀ ମାନଙ୍କ ଏକାଗ୍ରତା, ନିଷ୍ପତ୍ତି ନେବା ଶକ୍ତି ବିକଶିତ ହେବା ସହ ଚେସ ଖେଳ ହେଉଛି ମସ୍ତିସ୍କ ର ବ୍ୟାୟାମଶାଳ ବୋଲି ସମସ୍ତ ଅତିଥି ଗଣ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ |
୧୭ ବର୍ଷ ବୟସ ବିଭାଗରେ ସ୍ୱାଭିମାନ ପାତ୍ର ପ୍ରଥମ, ପଲକ ରାଣୀ ଦ୍ଵିତୀୟ ଓ ଆଶୁତୋଷ ମୁଣ୍ଡ ତୃତୀୟ ସ୍ଥାନ ଅଧିକାର କରିଥିଲେ | ୧୫ ବର୍ଷ ବୟସ ବିଭାଗରେ ଶ୍ରୀୟାଂଶୁ ସୁତାର ପ୍ରଥମ, ରବି ଶଙ୍କର ପଣ୍ଡା ଦ୍ଵିତୀୟ ଓ ଯଶକନ୍ୟା ସାହୁ ତୃତୀୟ ସ୍ଥାନ ରେ ଥିବାବେଳେ ସୃୟାଂଶୁ ନାଏକ ପ୍ରଥମ,ସୂର୍ଯ୍ୟଂଶୁ ସାହୁ ଦ୍ଵିତୀୟ ଓ ଦିବ୍ୟାଂଶ ପଧାନ ତୃତୀୟ ୧୧ ବର୍ଷ ବୟସ ବିଭାଗ ରେ ନିଜ ସ୍ଥାନ ଅଧିକାର କରିଥିଲେ | ଉତ୍ତୀର୍ଣ୍ଣ ହୋଇଥିବ ଛାତ୍ରଛାତ୍ରୀ ଙ୍କୁ ଅତୀଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା | କଳାହାଣ୍ଡି ଚେସ ଏକାଡେମୀ ର ଅଧ୍ୟକ୍ଷ ଡ଼. ଶିବରାମ ନାୟକ ସଭା ପରିଚାଳନା କରିଥିବା ବେଳେ ଏକାଡେମୀ ର ଧନମନ୍ତ ବେମାଲ, ପବିତ୍ର ମହାନନ୍ଦ, ଦୁଲେଶ୍ୱର ସବର, ସରିତା ବାଗେଲ ଓ ବୃଷଭ ଦାସ ସମେତ ବହୁ ବରିଷ୍ଠ ସଦସ୍ୟ ଗଣ ଉପସ୍ଥିତ ରହି ସହଯୋଗ କରିଥିଲେ |
ବ୍ୟୁରୋ ରିପୋର୍ଟ AKN NEWS


