ଓଡିଶା ଖବର

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

ନବରଙ୍ଗପୁର ଜିଲ୍ଲା (AKN NEWS): ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ଵାରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ପାପଡାହାଣ୍ଡି ବିଦ୍ୟାଳୟର ଛାତ୍ରୀମାନଙ୍କୁ ନେଇ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ ସୁବ୍ରତ ମହାନ୍ତିଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ସାଇ ଅଭିସ୍ପା ଗୋଛାୟତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଓ କିଶୋର ନ୍ୟାୟ ଯତ୍ନ ଏବଂ ସୂରକ୍ଷ୍ୟ। ଆଇନ ଓ ବାଧ୍ୟତାମୂଳକ ଶିକ୍ଷ୍ୟ। ଅଧିକାର ଆଇନ ବିଷୟରେ ସଚେତନତା ଶିବିରରେ ଆଲୋକପାତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ସତ୍ୟଜିତ କନ୍ଦନକେଲ, ପୋଲିସ ଉପ ଅଧିକ୍ଷକ, ନବରଙ୍ଗପୁର, ରାଜ କିଶୋର ନାଗ ଉପ ମୁଖ୍ୟ ଆଇନ ଗତ ସହାୟତା ପ୍ରତିରକ୍ଷା ପରାମର୍ଶଦାତା, ନବରଙ୍ଗପୁର, କିଶୋରୀ ପଟ୍ଟନାୟକ, ପାନେଲ ଲଇୟାର, ଶତାବ୍ଦୀକ। ପାଳୋ, ଆଇନଜୀବି, ନବରଙ୍ଗପୁର, ଦୀପକ କୁମାର ଜେନା, ଇନ୍ସପେକ୍ଟର ଇନ ଚାର୍ଜ, ପାପଡାହାଣ୍ଡି, ପ୍ରଭାତୀ ବେହେରା, ଅଧକ୍ଷ୍ୟା, ସରକାରୀ ବାଳିକା ଉଚ ବିଦ୍ୟାଳୟ, ପାପଡାହାଣ୍ଡି ଓ ପାରା ଲିଗାଲ ସଦସ୍ୟ ଓ ପାନେଲ ଲଇୟାର, ପ୍ରମୁଖ ଯୋଗ ଦେଇଥିଲେ । ପରିଶେଷରେ, ପ୍ରଭାତୀ ବେହେରା, ଅଧକ୍ଷ୍ୟା, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ପାପଡାହାଣ୍ଡି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ଵାରା ପରିଚାଳନା କରାଯାଇଥିଲା ।

ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!