ଓଡିଶା ଖବର
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଲପାଳି ପଞ୍ଚାୟତରେ ଜଣେ ବିବାହିତା ମହିଳାଙ୍କ ମୃତ୍ୟୁ ନେଇ ରହସ୍ୟ ଘନାଭୂତ ହୋଇଛି

(AKN NEWS): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଲପାଳି ପଞ୍ଚାୟତରେ ଜଣେ ବିବାହିତା ମହିଳାଙ୍କ ମୃତ୍ୟୁ ନେଇ ରହସ୍ୟ ଘନାଭୂତ ହୋଇଛି।
ମୃତ ମହିଳାଙ୍କ ନାମ ସସ୍ମିତା ନାଏକ (ବୟସ ୩୮ ବର୍ଷ)। ସେ ବରାଡ଼ଙ୍ଗା ଗ୍ରାମରୁ ବିବାହ କରି ରେଙ୍ଗାଲପାଳିରେ ବସବାସ କରୁଥିଲେ।
ପରିବାର ପକ୍ଷରୁ ଅଭିଯୋଗ ଆଣାଯାଇଛି ଯେ, ସସ୍ମିତାଙ୍କୁ ସୋସୁରାଳ ପରିବାର ଲୋକେ ବିବାଦ ସୃଷ୍ଟି କରି ବିଷ ଦେଇ ହତ୍ୟାକରିଛନ୍ତି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ସ୍ଥାନୀୟ ପୁଲିସ ତଦନ୍ତ ଆରମ୍ଭ କରିଛି।
ସ୍ଥାନୀୟ ଅଞ୍ଚଳରେ ଏହି ଘଟଣା ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିଳା ପରେ ମୃତ୍ୟୁର ଅସଲ କାରଣ ସ୍ପଷ୍ଟ ଭାବରେ ଜଣା ପଡିବ ବୋଲି ପୁଲିସ ପକ୍ଷରୁସୂଚନା ମିଳିଛି
କଳାହାଣ୍ଡି ରୁ ଟଙ୍କଧରବିହାରୀ ଙ୍କ ରିପୋଟ akn news


