ଓଡିଶା ଖବର

କଳାହାଣ୍ଡି ଜିଲ୍ଲା ଯୁବ ରେଡକ୍ରସ୍ କାର୍ଯ୍ୟକାରିଣୀ ବୈଠକ ରେଡରିବନ କ୍ଲବ ମାଧ୍ୟମରେ ସଚେତନତା ପାଇଁ ଜିଲ୍ଲାକୁ ରାଜ୍ୟର ପ୍ରଶଂସା

ଭବାନୀପାଟଣା ତା-୦୬/୦୮/୨୪ (AKN NEWS): ମାଁ ମାଣିକେଶ୍ଵରୀ ବିଶ୍ବ ବିଦ୍ୟାଳୟ, କଳାହାଣ୍ଡି, ଭବାନୀପାଟଣା ଠାରେ ଯୁବ ରେଡକ୍ରସ୍ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ କୁଳପତି ପ୍ରଫେସର ସଂଜୟ କୁମାର ଶତପଥି ରେଡକ୍ରସ୍ ପତାକା ଉତ୍ତୋଳନ କରି ସେବା ମାଧ୍ୟମରେ ରେଡକ୍ରସର ମାନବୀୟ ମୂଲ୍ୟବୋଧ ପ୍ରତିଫଳିତ ହୋଇଥାଏ ବୋଲି କହିଥିଲେ। ରେଡକ୍ରସର ପ୍ରତିଷ୍ଠାତା ସାର୍ ଜିନ୍ ହେନେରୀ ଡୁନାଣ୍ଟଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ଓ ଦୀପ ପ୍ରଜ୍ବଳନ ସହ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଂଜୟ କୁମାର ଶତପଥୀଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୁବ ରେଡକ୍ରସ୍ ଅଧିକାରୀ ଡ. ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଯୁବ ରେଡକ୍ରସ୍ ର ନୀତିକୁ ପ୍ରତ୍ୟେକ ସ୍ବେଚ୍ଛାସେବୀ ପାଳନ କରି ରାଷ୍ଟ୍ର ସେବାରେ ନିୟୋଜିତ ହେବାକୁ ଆହ୍ବାନ ଦେବାସହ କଳାହାଣ୍ଡି ଜିଲ୍ଲାରେ ରେଡରିବନ କ୍ଲବର ଉଲ୍ଲେଖନୀୟ ସଫଳତା ପାଇଁ ପ୍ରଶଂସା କରିଥିଲେ। ଉପ – କୁଳସଚିବ ଡ. ମେଜର ଜୟଦେବ ସାହୁ ଯୁବ ରେଡକ୍ରସ୍ କାର୍ଯ୍ୟପନ୍ଥାକୁ ସମସ୍ତ ଶିକ୍ଷାନୁଷ୍ଠାନରେ କାର୍ଯ୍ୟକାରୀ କରିବା ପାଇଁ ଗୁରୁତ୍ବ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଶ୍ରୀ ସୌଦାମିନୀ ମାଝୀ ଯୋଗଦେଇ ଜରୁରୀକାଳୀନ ପରିସ୍ଥିତିରେ ଜିଲ୍ଲା ରେଡକ୍ରସ୍ ତରଫରୁ ସହାୟତା ପ୍ରଦାନ କରାଯିବ ବୋଲି କହିଥିଲେ। ଜିଲ୍ଲା ଯୁବ ରେଡକ୍ରସ୍ ଆବାହକ ସଂପାଦକ ସଂଜୀବ କୁମାର ସାହୁ ସ୍ଵାଗତ ଅଭିଭାଷଣ ଓ ଜିଲ୍ଲା ସଂଯୋଜକ ଶାନ୍ତନୁ କୁମାର ପରିଡ଼ା ବିଗତ ବର୍ଷର କାର୍ଯ୍ୟକ୍ରମ ବିବରଣୀ ପ୍ରଦାନ କରିଥିଲେ। ରାଜ୍ୟ ଯୁବ ରେଡକ୍ରସ୍ ଅଧିକାରୀ ଡ. ରମେଶ ଚନ୍ଦ୍ର ବେହେରା ଜିଲ୍ଳାର ଯୁବରେଡକ୍ରସର କାର୍ଯ୍ୟଧାରାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ।ଏହି ବୈଠକରେ ଚଳିତ ଆର୍ଥିକ ବର୍ଷର କାର୍ଯ୍ୟକ୍ରମର ଯୋଜନା ଉପରେ ଆଲୋଚନା ହୋଇଥିଲା। ବୈଠକରେ ନିୟମିତ ରାଜ୍ୟ ଅଂଶଧନ ପୈଠ କରିବା, ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ରେଡ ରିବନ କ୍ଳବ ଖୋଲିବା, ରକ୍ତଦାନ ଶିବିର ଆୟୋଜନ, ବୃକ୍ଷ ରୋପଣ, ସଡ଼କ ସୁରକ୍ଷା ସଚେତନତା, ଏଡସ୍ ନିରାକରଣ, ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଆଦି ବିଷୟ ଉପରେ ଆଲୋଚନା ହୋଇଥିଲା। ଚଳିତ ବର୍ଷ ପାଇଁ ଦୁଇଟି ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର – ସରକାରୀ ମହିଳା ମହାବିଦ୍ୟାଳୟ, ଭବାନୀପାଟଣା ଓ ସର୍ବ ମଂଗଳା ଡିଗ୍ରୀ ମହାବିଦ୍ୟାଳୟ, ଗୋଲାମୁଣ୍ଡା ଠାରେ ଆୟୋଜନ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ଯୁବ ରେଡକ୍ରସ୍ ପରାମର୍ଶଦାତା ମୋହନ ଚରଣ ବିଶି ମଞ୍ଚ ପରିଚାଳନା କରିଥିବାବେଳେ ମାନସ ରଂଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଯୁକ୍ତ ଦୁଇ ଓ ଡିଗ୍ରୀ ମହାବିଦ୍ୟାଳୟର, ଅଧ୍ୟକ୍ଷ ଓ ଯୁବ ରେଡକ୍ରସ୍ ପରାମର୍ଶଦାତାମାନେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଡ. ନୃସିଂହାନନ୍ଦ ସାସମଲ, ସୁଧିର ପଣ୍ଡା, ସୁବ୍ରତ ବେହେରା, ସରୋଜ ପଣ୍ଡା, ଗୋବିନ୍ଦ ସାହୁ, ରଜନୀକାନ୍ତ ଜେନା , ବିଭୁତି ପଟ୍ଟନାୟକ ତଥା ବିଶ୍ବବିଦ୍ୟାଳୟ ଯୁବ ରେଡକ୍ରସ୍ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!