ଓଡିଶା ଖବର
ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ ସଡ଼କ ସୁରକ୍ଷା ଜୀବନ ରକ୍ଷା କର୍ମଶାଳା ଅନୁଷ୍ଠିତ

ଭବାନୀପାଟଣା (AKN NEWS): ସ୍ଥାନୀୟ ତାରିଣୀ ମନ୍ଦିର ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ ସଡ଼କ ସୁରକ୍ଷା ଜୀବନ ରକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି | ପ୍ରତି ଦିନ ନିଜ ନିଜ ର ଅସାବଧାନତା ଯୋଗୁଁ ହଜାର ହଜାର ଅମୂଲ୍ୟ ଜୀବନ ଯାଉଛି | ଦୁଇ ଚକିଆ ଚଳେଇଲା ବେଳେ ହେଲମେଂଟ ଓ ଚାରି ଚକିଆ ଚଲେଇବା ବେଳେ ସିଟ ବେଲ୍ଟ ଅପରିହାର୍ଯ୍ୟ | ସମସ୍ତେ ସରକାର ଙ୍କ ନୀତି ନିୟମ ମାନି ଯାନବାହାନ ଚଲେଇବା ଜରୁରୀ ବୋଲି ସ୍କୁଲର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଡ଼. ଶିବରାମ ନାୟକ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ |
ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ନିଜ ନିଜ ମତ ରଖିଥିବା ବେଳେ ଶିକ୍ଷୟିତ୍ରୀ ଚଞ୍ଚଳା ଶର୍ମା, ଚନ୍ଦ୍ରପ୍ରଭା ମିଶ୍ର, ସୁରଶ୍ମିତା ତ୍ରିପାଠୀ, ସରିତା ବାଗେଲେ, କଲ୍ୟାଣୀ ବାଗ ଓ ବୃଷବ ଦାସ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ଓ ଶିକ୍ଷକ ସମ୍ପଦ ମୁଣ୍ଡ ଧନ୍ୟବାଦ ଦେଇଥିଲେ |
ବ୍ୟୁରୋ ରିପୋର୍ଟ AKN NEWS


