କଳାହାଣ୍ଡି ବ୍ୟାଡ଼ମିଣ୍ଟନ ଆସୋସିଏସନ ଏବଂ ଆଦିବାସୀ ସଂଙ୍ଘ ତରଫରୁ ମଦନପୁର ରାମପୁର ବ୍ଲକର ଡୁଡୁକାରଞ୍ଜI ପଂଚାୟତ ଅନ୍ତର୍ଗତ ଫିଲବାଞ୍ଜି ଗ୍ରାମ ଠାରେ କମ୍ବଳ ବଣ୍ଟନ

(AKN NEWS): ଆଜି କଳାହାଣ୍ଡି ବ୍ୟାଡ଼ମିଣ୍ଟନ ଆସୋସିଏସନ ଏବଂ ଆଦିବାସୀ ସଂଙ୍ଘ ତରଫରୁ ମଦନପୁର ରାମପୁର ବ୍ଲକର ଡୁଡୁକାରଞ୍ଜI ପଂଚାୟତ ଅନ୍ତର୍ଗତ ଫିଲବାଞ୍ଜି ଗ୍ରାମ ଠାରେ କମ୍ବଳ ବଣ୍ଟନ କରାଯାଇଅଛି I ଏହା ଏକ ସମ୍ପୂର୍ଣ ଅପହଞ୍ଚ ଇଲାକା ଅଟେ, ଯେଉଁଠାରେ କି ସ୍ୱାଧୀନତାର 76 ବର୍ଷ ପରେ ମଧ୍ୟ ଗ୍ରାମବାସୀ ସମସ୍ତ ମୌଳିକ ସୁବିଧା ଯଥା ସ୍ୱାସ୍ଥ୍ୟ, ଶିକ୍ଷା, ବିଜୁଳି,ପିଇବା ପାଣି ଆଦି ବିଭିନ୍ନ ଅସୁବିଧାରୁ ବଞ୍ଚିତ ଅଛନ୍ତି I ସର୍ବୋପରି ଆଜି ମଧ୍ୟ ଗମନାଗମନ ର ସୁବିଧା ନ ଥିବାରୁ, କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଙ୍ଘ ର ସଭାପତି ପ୍ରଦୀପ କୁମାର ଦାସ(ବାପି ), ଯୁଗ୍ମ ସମ୍ପାଦକ ଦୀପକ ସାଗର କୁମାର ଏବଂ ଆଦିବାସୀ ସଂଙ୍ଘ ତରଫରୁ ଧବଳେଶ୍ୱର ମାଝୀ ଏହି ଫିଲବାଞ୍ଜି ଗ୍ରାମକୁ ଯିବା ବାଟରେ ଡୁଡୁକାରଞ୍ଜI ଗ୍ରାମ ପାରି ହେବା ପରେ ଚାରିଚକ ବିଶିଷ୍ଟ ଗାଡିକୁ ଅଧବାଟରେ (ପିପାଡ଼ି ) ଠାରେ ରଖି ମଟର ସାଇକଲ ଯୋଗେ ଦୁଇଟି ନାଳ ପାର ହୋଇ ଯାଇ ପହଂଚିଥିଲେ ଫିଲବାଞ୍ଜି ଗ୍ରାମରେ I
ଗ୍ରାମରେ ପହଂଚିବା ପରେ ଗ୍ରାମବାସୀଙ୍କ ଦ୍ୱାରା ସମସ୍ତଙ୍କୁ ସ୍ୱାଗତ କରାଯାଇଥିଲା I ଏହାପରେ ଜିଲ୍ଲା ବ୍ୟାଡ଼ମିଣ୍ଟନ ସଂଘର ସଭାପତି ପ୍ରଦୀପ ଦାସଙ୍କ ନେତୃତ୍ୱ ରେ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା I ସଭାପତି ଶ୍ରୀଯୁକ୍ତ ଦାସଙ୍କୁ ପଚାରିବାରୁ ଏହା ତାଙ୍କ ପାଇଁ ଗୋଟିଏ ସମ୍ପୂର୍ଣ ଅନୁଭୂତି ଥିଲା ଏବଂ ସେ ନିଜକୁ ଏହିପରି ଏକ ଅପହଞ୍ଚ ଇଲାକାରେ ଆସି ପହଂଚିଥିବାରୁ ନିଜକୁ ବହୁତ ସୌଭାଗ୍ୟ ମନେ କରିଥିଲେ ବୋଲି ମତପ୍ରକାଶ କରିଥିଲେ I
ସମ୍ପୂର୍ଣ କାର୍ଯ୍ୟକ୍ରମ ରେ ଏହି ଗ୍ରାମର ଈଶାକ ଦିଗାଲ, ପ୍ରବୀଣ ଦିଗାଲ, ରଣା ମାଝୀ, ଲଳିତା ଦିଗାଲ, ସରସ୍ବତୀ ମାଝୀ, ବିକାଶ ଦିଗାଲ,ମାନେଶ୍ଵର ହରିଜନ ଆଦି କିଛି ବ୍ୟକ୍ତି ସହଯୋଗ କରିଥିଲେ I କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘର ସଭାପତି ପ୍ରଦୀପ ଦାସଙ୍କ ଏହିଭଳି ଯୁଗାନ୍ତକାରୀ କାର୍ଯ୍ୟକ୍ରମ ମାନଙ୍କୁ ସାଧାରଣ ମହଲ ରେ ବେଶ ପ୍ରଶଂସା କରାଯାଉଅଛି I
ବ୍ୟୁରୋ ରିପୋର୍ଟ AKN NEWS


