ଆଦିବାସୀ ସଂଙ୍ଘ ତରଫରୁ ଯୁବ “ଭାଗବତ ସାଂସ୍କୃତିକ ଅନୁଷ୍ଠାନ, ହରିହର କ୍ଷେତ୍ର, ବାଲିସିଙ୍ଗା, ନର୍ଲା, କଳାହାଣ୍ଡି ଆଶ୍ରମର ମହନ୍ତ ଗୁଣ ବାବା ଏବଂ ସମସ୍ତ କର୍ମକର୍ତ୍ତା ମାନଙ୍କ ସହ ଆଲୋଚନା କରିଥିଲେI

(AKN NEWS): ଆଜି କଳାହାଣ୍ଡି ବ୍ୟାଡ଼ମିଣ୍ଟନ ଆସୋସିଏସନ ର ସଭାପତି ତଥା ବିଜୁ ଜନତା ଦଳ, ଭବାନୀପାଟଣା ନଗର କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ଦାସ (ବାପି ), ବ୍ୟାଡ଼ମିଣ୍ଟନ ସଂଙ୍ଘ ର ଯୁଗ୍ମ ସମ୍ପାଦକ ଦୀପକ ସାଗର କୁମାର ଏବଂ ଆଦିବାସୀ ସଂଙ୍ଘ ତରଫରୁ ଯୁବ ଆଦିବାସୀ ନେତା ଧବଳେଶ୍ୱର ମାଝୀ “ଭାଗବତ ସାଂସ୍କୃତିକ ଅନୁଷ୍ଠାନ, ହରିହର କ୍ଷେତ୍ର, ବାଲିସିଙ୍ଗା, ନର୍ଲା, କଳାହାଣ୍ଡି ” କୁ ପରିଦର୍ଶନ କରି ବାବାଙ୍କ ଆଶୀର୍ବାଦ ନେବା ସହ ଆଶ୍ରମର ମହନ୍ତ ଗୁଣ ବାବା ଏବଂ ସମସ୍ତ କର୍ମକର୍ତ୍ତା ମାନଙ୍କ ସହ ଆଲୋଚନା କରିଥିଲେI
ଆଶ୍ରମ ପାଇଁ ନର୍ଲା ବ୍ଲକର ଅଧ୍ୟକ୍ଷା ଓ ଉପଧ୍ୟକ୍ଷଙ୍କ ଅବଦାନ ରହିଥିବାରୁ ଶ୍ରୀଯୁକ୍ତ ଦାସ ସେମାନଙ୍କୁ ଧନ୍ୟବାଦ ଜଣାଇବା ସହ ଅନୁଷ୍ଠାନର ବିଭିନ୍ନ ସମସ୍ୟା ଏବଂ ଆଗାମୀ ଦିନରେ ଏହି ଅନୁଷ୍ଠାନ ବା ଆଶ୍ରମ ଦ୍ୱାରା କେମିତି ଅଧିକରୁ ଅଧିକ ସ୍ଥାନୀୟ ଲୋକ ଉପକୃତ ହୋଇପାରିବେ ସେ ଦିଗରେ ଆଲୋଚନା କରିଥିଲେ I ଏବଂ ଆଶ୍ରମ ର ନିଜସ୍ୱ ଟ୍ରାନ୍ସଫର୍ମର କେମିତି ଯଥା ଶୀଘ୍ର କାର୍ଯ୍ୟକ୍ଷମ ହୋଇପାରିବ, ସେଥିପାଇଁ ବିଦ୍ୟୁତ ବିଭାଗର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ମାନସ ମାଟିଙ୍କ ସହ ଫୋନ ମାଧ୍ୟମରେ ଅନୁରୋଧ କରିଥିଲେ I ସୂଚନା ଯୋଗ୍ୟ ଯେ ଅନୁଷ୍ଠାନ ଦ୍ୱାରା ଆସନ୍ତା 18-03 ରୁ 28-03 ଦଶ ଦିନ ବ୍ୟାପି ଷୋହଳ ପ୍ରହର ନାମଯଜ୍ଞ ହେବାକୁ ଯାଉଅଛି I
ମହନ୍ତଙ୍କ କହିବା ଅନୁଯାୟୀ ଏଠାରେ ନାମଯଜ୍ଞ ସମୟରେ ଦିନକୁ 8 କୁଇଣ୍ଟାଲ ଚାଉଳର ରୋଷଇ ଭକ୍ତମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଥାଏ I ପ୍ରେଂଚ ନଦୀକୂଳରେ ଥିବା ଏହି ଆଶ୍ରମଟି ଗୋଟିଏ ସୁନ୍ଦର ବାତାବରଣରେ ଉପସ୍ଥିତ ଥିବାରୁ ଏହା ଦର୍ଶକ ବା ଭକ୍ତମାନଙ୍କ ପାଇଁ ଖୁବ ଆକର୍ଷିତ ଲାଗୁଛି I
ବ୍ୟୁରୋ ରିପୋର୍ଟ AKN NEWS


